ସୁଟର ସିପି ସିଦ୍ଧୁ ହତ୍ୟା ମାମଲାରେ ବିଚାରପତିଙ୍କ ଝିଅ ଗିରଫ
ଡେସ୍କ: ୨୦୧୫ ମସିହାରେ ଚଣ୍ଡିଗଡ଼ରେ ଜାତୀୟ ସ୍ତରର ସୁଟର ସୁଖମନପ୍ରୀତ ସିଂ ସିଦ୍ଧୁଙ୍କ ହତ୍ୟା ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ହିମାଚଳ ପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ଝିଅକୁ ଆଜି ଗିରଫ କରିଛି। ଚଣ୍ଡିଗଡ଼ର ଏକ ପୋଷ୍ଟ ଗ୍ରାଜୁଏଟ୍ ସରକାରୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଅଭିଯୁକ୍ତ କଲ୍ୟାଣୀ ସିଂ ବୋଲି ଜଣାପଡିଛି। ୨୦୧୫ ସେପ୍ଟେମ୍ବର ୨୦ରେ ଚଣ୍ଡିଗଡ଼ର ସେକ୍ଟର ୨୭ର ଏକ ପାର୍କରେ ଜାତୀୟ ସ୍ତରର ସୁଟର ସୁଖମନପ୍ରୀତ ସିଂ ସିଦ୍ଧୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
ଚଣ୍ଡିଗଡ଼ ପ୍ରଶାସନର ଅନୁରୋଧ କ୍ରମେ ସିବିଆଇ ୨୦୧୬ ଏପ୍ରିଲ ୧୩ରେ ଏକ ମାମଲା ରୁଜୁ କରିଥିଲା ଏବଂ ସୁଖମନପ୍ରୀତ ସିଂଙ୍କ ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଥିଲା। ସୁଖମନପ୍ରୀତ ସିଂ ପଞ୍ଜାବ ମୋହାଲିରେ ସିପି ସିଦ୍ଧୁ ଏଲଏଲବି ନାମକ ଏକ ଲ’ ଫାର୍ମ ଆରମ୍ଭ କରିଥିଲେ।
ସିବିଆଇ ଅନୁସନ୍ଧାନ ବେଳେ ଏହି ମାମଲାରେ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା। ସେହି ଅନୁଯାୟୀ, ତାଙ୍କୁ ପଚରାଉଚୁରା ପରେ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଆଜି ଚଣ୍ଡିଗଡ଼ର ସ୍ୱତନ୍ତ୍ର ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯାଇ ୪ ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି।
Comments are closed.