ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ଙ୍କ ଆଗୁଆ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ସୁନୀଲ ଗଉର ଶୁକ୍ରବାର ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଆଇଏନଏକ୍ସ ମିଡିଆ ମାମଲାରେ ଚିଦମ୍ବରମ୍ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିବାବେଳେ ମଙ୍ଗଳବାର ଜଷ୍ଟିସ ଗଉର ଅଗ୍ରାହ୍ୟ କରିଦେଇଥିଲେ। ଜଷ୍ଟିସ ଗଉର କହିଥିଲେ ଯେ ବେଆଇନ ଅର୍ଥ କାରବାରର ଏହା ଏକ ମାମଲା। ଏହି ମାମଲାରେ ଚିଦମ୍ବରମ ମାଷ୍ଟରମାଇଣ୍ଡ ଓ ମୁଖ୍ୟ ଷଡଯନ୍ତ୍ରକାରୀ। ତାଙ୍କୁ ଆଗୁଆ ଜାମିନ ଦେଲେ ସମାଜକୁ ଭୁଲ୍ ବାର୍ତ୍ତା ଯିବ।
Popular Categories



