www.samajalive.in
Friday, December 5, 2025
20.1 C
Bhubaneswar

ଶିଳ୍ପ ନଗରୀରୁ ମାୟାନଗରୀକୁ ଉଡିଲା ବିମାନ

ଝାରସୁଗୁଡ଼ା : ଝାରସୁଗୁଡ଼ା ବିମାନବନ୍ଦରରୁ ମୁମ୍ବାଇ ବିମାନବନ୍ଦରକୁ ବିମାନସେବା ଆରମ୍ଭ ହୋଇଛି। ସପ୍ତାହର ସବୁଦିନ ଏହି ବିମାନ ଚଳାଚଳ କରିବ। ଝାରସୁଗୁଡ଼ା ବିମାନ ବନ୍ଦରରେ ଇଣ୍ଡିଗୋ ବିମାନ ଦିନ ୧ଟାରେ ପହଞ୍ଚିବା ପରେ ୱାଟର କେନନ ଦ୍ବାରା ସ୍ବାଗତ କରାଯାଇଥିଲା। ଅତିଥି ଭାବେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏହାକୁ ଉଦ୍‌ଘାଟନ କରିଥିଲେ। ଯାତ୍ରୀମାନଙ୍କୁ ମଧ୍ୟ ସ୍ବାଗତ କରାଯିବା ସହିତ କେକ୍ କାଟି ବିଧାୟକ ନିଜେ ଟିକଟ ପ୍ରଦାନ କରିଥିଲେ। ମୁମ୍ବାଇ ବିମାନବନ୍ଦରରୁ ଦିନ ୧୦ଟା ୫୫ରେ ବିମାନ ଉଡ଼ି ଝାରସୁଗୁଡ଼ା ବିମାନବନ୍ଦରରେ ଦିନ ୧ଟାରେ ପହଞ୍ଚିବ। ସେହିପରି ଝାରସୁଗୁଡ଼ାରୁ ଦିନ ୨ଟାରେ ପ୍ରତ୍ୟାବର୍ତ୍ତନ କରି ଅପରାହ୍ନ ୪ଟା୧୫ରେ ପହଞ୍ଚିବ। ଇଣ୍ଡିଗୋର ଏୟାର ବସ୍‌-୩୨୦ ବିମାନ ଏହି ରୁଟରେ ଚଳାଚଳ କରିବ। ପ୍ରାୟ ୧୮୦ ଯାତ୍ରୀ ସୁବିଧାରେ ଯାତ୍ରା କରିପାରିବେ। ବିମାନସେବାକୁ ନେଇ ସମର ସିଡ୍ୟୁଲ ପ୍ରକାଶ ପାଇନଥିବା ବେଳେ ଆଗକୁ ସମୟ ସାରଣୀରେ ପରିବର୍ତ୍ତନ ସମ୍ଭାବନା ରହିଛି। ଝାରସୁଗୁଡ଼ାରୁ ଦିଲ୍ଲୀ, କଲକାତା, ବେଙ୍ଗାଲୁରୁକୁ ଇଣ୍ଡିଗୋର ବିମାନସେବା ଜାରି ରହିଥିବା ବେଳେ ଏବେ ମୁମ୍ବାଇ ଯୋଡ଼ି ହୋଇଛି। ସେହିପରି ଝାରସୁଗୁଡ଼ାରୁ ଷ୍ଟାର ଏୟାର ପକ୍ଷରୁ ହାଇଦ୍ରାବାଦ, ରାୟପୁର ଏବଂ ଲକ୍ଷ୍ମୌକୁ ବିମାନସେବା ଆରମ୍ଭ ହୋଇଛି। ଏଲାୟନ୍ସ ଏୟାର ପକ୍ଷରୁ ଭୁବନେଶ୍ବର-ଝାରସୁଗୁଡ଼ା ମଧ୍ୟରେ ସପ୍ତାହକୁ ୩ ଦିନ ଜାରି ରହିଛି। ଅତିଥିମାନଙ୍କ ମଧ୍ୟରେ ଝାରସୁଗୁଡ଼ା ବିମାନବନ୍ଦରର ନି​ର୍ଦେଶକ ସନ୍ଦୀପ ତିୱାରୀ, ଇଣ୍ଡିଗୋର ଭାରପ୍ରାପ୍ତ ନିର୍ଦେଶକ  ଡିଜିଏମ ସିଏନଏସ୍ ୟୁ.ଏନ୍‌. ଧଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories