www.samajalive.in
Wednesday, December 10, 2025
16.1 C
Bhubaneswar

ରାମନଗର ଉପନିର୍ବାଚନ: ଦଳ ଛାଡ଼ିଲେ ବିଜେପି ପ୍ରାର୍ଥୀ, କୁମାରସ୍ୱାମୀ ପତ୍ନୀଙ୍କ ପଥ ପରିଷ୍କାର

ନୂଆଦିଲ୍ଲୀ : କର୍ଣ୍ଣାଟକର ରାମନଗର ଉପନିର୍ବାଚନ ମାତ୍ର ଦୁଇ ଦିନ ବାକିଥିଲାବେଳେ ନାଟକୀୟ ଭାବେ ଏଠାକାର ରାଜନୈତିକ ପାଣିପାଗ ବଦଳିଯାଇଛି। ଏହି ଆସନରେ ମୂଖ୍ୟମନ୍ତ୍ରୀ ଏଚ୍‍.ଡି କୁମାରସ୍ୱାମୀଙ୍କ ପତ୍ନୀ ଅନୀତା କୁମାରସ୍ୱାମୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ବିଜେପି ପ୍ରାର୍ଥୀ ଏଲ୍‍. ଚନ୍ଦ୍ରଶେଖର ଦଳ ଛାଡ଼ି କଂଗ୍ରେସରେ ଯୋଗଦେଇଛନ୍ତି। ଏଥିସହିତ ସେ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରିବା ସହ ନିର୍ବାଚନରୁ ଓହରିଯାଇଛନ୍ତି। ବିଜେପି ନେତାମାନେ ନିର୍ବାଚନ ପ୍ରଚାର ସମ୍ବନ୍ଧୀୟ ପ୍ରତିଶ୍ରୁତି ପୂରଣ ନ କରିବାରୁ ଉତ୍‍କ୍ଷିପ୍ତ ହୋଇ ସେ ପଦକ୍ଷେପ ନେଇଥିବା କହିଛନ୍ତି। ଚନ୍ଦ୍ରଶେଖର ମାତ୍ର ଦୁଇ ସପ୍ତାହ ପୂର୍ବେ ବିଜେପିରେ ଯୋଗଦେବା ସହ ଟିକଟ ପାଇଥିଲେ। ଚନ୍ଦ୍ରଶେଖରଙ୍କ ଏଭଳି ଆଶ୍ଚର୍ଯ୍ୟଜନକ ପଦକ୍ଷେପ ଦ୍ୱାରା କଂଗ୍ରେସ-ଜେଡି(ଏସ୍‍)ର ମିଳିତ ପ୍ରାର୍ଥୀ ଅନୀତାଙ୍କ ବିଜୟ ଏକପ୍ରକାର ସୁନିଶ୍ଚିତ ହୋଇଛି।
ରାମନଗର ନିର୍ବାଚନ ଦାୟିତ୍ୱରେ ଥିବା କଂଗ୍ରେସ ସାଂସଦ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରଶେଖରଙ୍କ ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାନ ପରିଷଦ ସଦସ୍ୟ ସି. ଏମ୍‍ ଲିଙ୍ଗାପ୍ପାଙ୍କ ପୁଅ ଚନ୍ଦ୍ରଶେଖରଙ୍କୁ ଉପନିର୍ବାଚନ ଲଢିବା ନିମନ୍ତେ ବିଜେପି ଟିକେଟ୍‍ ପ୍ରଦାନ କରିଥିଲେ ମଧ୍ୟ ପ୍ରଚାରରେ ଦଳୀୟ ନେତୃବୃନ୍ଦ ସହଯୋଗ କରି ନ ଥିବା ଅଭିଯୋଗ ଦର୍ଶାଇ ସେ କଂଗେସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚନ୍ଦ୍ରଶେଖରଙ୍କୁ ବାପା ଲିଙ୍ଗାପ୍ପା ବିଜେପିରେ ସାମିଲ ନହେବାକୁ ପୂର୍ବରୁ ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି।
ରାମନଗର ସହ ମାଣ୍ଡ୍ୟା, ବେଲାରି ଏବଂ ଶିବମୋଗା ଲୋକସଭା ଆସନ ଏବଂ ଜାମଖଣ୍ଡି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ହଠାତ୍‍ ଚନ୍ଦ୍ରଶେଖରଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର ଦ୍ୱାରା ଅନ୍ୟ ନିର୍ବାଚନ ମଣ୍ଡଳୀଗୁଡିକରେ ବିଜେପିର ପ୍ରଦର୍ଶନ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଣୁ ଚନ୍ଦ୍ରଶେଖରଙ୍କ ଏହି ପଦକ୍ଷେପ ପାଇଁ କଂଗ୍ରେସ-ଜେଡିଏସ୍‍କୁ ଦାୟୀ କରିଛି ବିଜେପି। ଏହି ପରିପ୍ରେକ୍ଷୀରେ କୁମାରସ୍ୱାମୀ କହିଛନ୍ତି, ବିଜେପିରେ ଯୋଗଦେବା ଲାଗି ଚନ୍ଦ୍ରଶେଖରଙ୍କୁ ବାଧ୍ୟ କରାଯାଇଥିଲା। ତାଙ୍କୁ ରାମନଗର ଟିକେଟ୍‍ ପ୍ରଦାନ କରିବା ପୂର୍ବରୁ ବିଜେପି ନେତୃବୃନ୍ଦ ଦଳୀୟ କର୍ମୀଙ୍କ ସହିତ ଆଲୋଚନା କରି ନ ଥିଲେ। ବିଜେପି ନିଜର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି। ଏଣୁ ଦଳ ପ୍ରଥମେ ନିଜ ଭୁଲ ଦେଖୁ। ଉଲ୍ଲେଖ ଯେ ୨୦୧୮ ମେ’ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କୁମାରସ୍ୱାମୀ ରାମନଗର ଓ ଚନ୍ନାପାଟଣାରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଉଭୟ ଆସନରେ ବିଜୟୀ ହେବା ପରେ ସେ ରାମନଗରରୁ ଇସ୍ତଫା ଦେବାରୁ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories