www.samajalive.in
Monday, December 8, 2025
16.1 C
Bhubaneswar

ବଙ୍ଗଳାରେ ଗର୍ଜିଲେ ନଡ଼୍ଡ଼ା: ଅପରାଧ ପରିସଂଖ୍ୟାନ ଲୁଚାଉଛନ୍ତି ମମତା; ବିଜେପି ଜିତିବ ୨୦୦ ଆସନ,

ଆସନ୍ତା ବର୍ଷ ଏପ୍ରିଲ-ମେ ମାସ ବେଳକୁ ହେବାକୁଥିବା ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ତେଜିଛି ରାଜ୍ୟ ରାଜନୀତି । ବିଜେପି ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି ଏବଂ ମମତାଙ୍କ ତୃଣମୂଳକୁ କଡ଼ା ମୁକାବିଲା କରିବାର ସମ୍ଭାବନା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଏକଦା ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ କାଳ କ୍ଷମତାରେ ଥିବା ବାମଦଳ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବ ବୋଲି ଘୋଷଣା କରିଛି ।

ଏହି ସ୍ଥିତିରେ ବୁଧବାର ବିଜେପି ଜାତୀୟ ସଭାପତି ଜେ.ପି.ନଡ଼୍ଡ଼ା କଲକତାରେ ଦଳୀୟ ନିର୍ବାଚନ କାର୍ଯ୍ୟାଳୟ ଉଦ୍ଘାଟନ କରିଛନ୍ତି । ଦୁଇ ଦିନିଆ ଗସ୍ତରେ ଆସିଥିବା ଶ୍ରୀ ନଡ଼୍ଡ଼ା ୨୦୨୧ ନିର୍ବାଚନର ମୂଳଦୁଆ ପକାଇଛନ୍ତି । କିଛିଦିନ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ତଥା ପୂର୍ବତନ ବିଜେପି ସଭାପତି ମଧ୍ୟ ବଙ୍ଗଳା ଗସ୍ତ କରି ନିଜର ପ୍ରଚାର ଅଭିଯାନ ଆରମ୍ଭ କରି ଦେଇଛନ୍ତି ।

- Advertisement -

ପଶ୍ଚିମବଙ୍ଗରେ ଦଳୀୟ ନିର୍ବାଚନ କାର୍ଯ୍ୟାଳୟ ଉଦ୍ଘାଟନ କରିବା ଅବସରରେ ଶ୍ରୀ ନଡ଼୍ଡ଼ା କହିଛନ୍ତି ଯେ ବିଜେପିର ବଙ୍ଗଳା ସହ ବିଶେଷ ସମ୍ପର୍କ ରହିଛି । ଆମେ ବଙ୍ଗଳାର ସଂସ୍କୃତିକୁ ଜୀବନ୍ତ ରଖିବୁ । ମମତା ବାନାର୍ଜୀ ରାଜ୍ୟରେ ଅପରାଧୀମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ରାଜ୍ୟର ଅପରାଧ ପରିସଂଖ୍ୟାନ ଗୋପନ ରଖୁଛନ୍ତି । ଏପରିକି ଜାତୀୟ ଅପରାଧ ନଥି ବ୍ୟୁରୋକୁ ପଶ୍ଚିମବଙ୍ଗ ରାଜ୍ୟ ଅପରାଧ ସମ୍ପର୍କରେ ସୂଚନା ଦେଉନାହିଁ । ରାଜ୍ୟରେ ସର୍ବାଧିକ ମାନବ ଚାଲାଣ, ବଳାତ୍କାର ଏବଂ ମହିଳାଙ୍କ ପ୍ରତି ଅପରାଧ ହେଉଛି । କେବଳ ଅପରାଧ ନୁହେଁ କୋଭିଡ଼ ମାମଲା ସଂଖ୍ୟା ମଧ୍ୟ ରାଜ୍ୟ ସରକାର ସାର୍ବଜନୀନ କରୁନାହାନ୍ତି । ରାଜନୈତିକ ସ୍ବାର୍ଥ ଲାଗି ସାଧାରଣ ଲୋକଙ୍କୁ ମୁଖ୍ୟ ସ୍ରୋତରୁ ଦୂରେଇ ଦେଉଛନ୍ତି । ଲୋକଙ୍କ ମନରେ ମମତାଙ୍କ ସରକାର ବିରୋଧରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଆମେ ଆଗାମୀ ନିର୍ବାଚନରେ ୨୦୦ ଆସନ ଜିତିବୁ ବୋଲି ଶ୍ରୀ ନଡ଼୍ଡ଼ା କହିଛନ୍ତି ।

ନିର୍ବାଚନ କାର୍ଯ୍ୟାଳୟ ଉଦ୍ଘାଟନ ପରେ ଶ୍ରୀ ନଡ଼୍ଡ଼ା ବିଭିନ୍ନ ବସ୍ତିର ନେତାମାନଙ୍କ ସହ ଆଲୋଚନା କରିବେ ଓ କାଳିଘାଟ କାଳିମନ୍ଦିରରେ ପୂଜାର୍ଚନା କରିବେ । ଏହାପରେ ସେ ଗୁରୁବାର ତୃଣମୂଳର ଗଡ଼ କୁହାଯାଉଥିବା ଏବଂ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀ ପ୍ରତିନିଧିତ୍ବ କରୁଥିବା ସଂସଦୀୟ କ୍ଷେତ୍ର ଡ଼ାଇମଣ୍ଡ ହାରବର ଅଞ୍ଚଳକୁ ଯିବେ ବୋଲି ସୂଚନା ମିଳିଛି। ସେଠାରେ ତାଙ୍କର କିଛି ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ଆଗାମୀ ବର୍ଷ ନିର୍ବାଚନ ହେବା ପର୍ଯ୍ୟନ୍ତ ଶ୍ରୀ ନଡ଼୍ଡ଼ା ଓ ଦଳର ବରିଷ୍ଠ ନେତା ଅମିତ୍ ଶାହା ପ୍ରତିମାସରେ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories