www.samajalive.in
Saturday, December 6, 2025
26.1 C
Bhubaneswar

ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇ ଫେରିଲେ ନଡ୍ଡା

ଭୁବନେଶ୍ଵର: ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ପରେ ଫେରିଛନ୍ତି ନଡ୍ଡା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବ୍ରହ୍ମପୁରରୁ ଭୁବନେଶ୍ଵର ଫେରିଛନ୍ତି। ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ସ୍ଵତନ୍ତ୍ର ହେଳିକପ୍ଟରରେ ଭୁବନେଶ୍ଵର ଆସି ହାଇଦ୍ରାବାଦ ଯାଇଛନ୍ତି। ରବିବାର ନେତା ଓ କର୍ମୀଙ୍କୁ ନିଜ ସମ୍ବୋଧନରେ ରାଜ୍ୟ ସରକାରଙ୍କ ବିରୋଧରେ ଲଢିବା ପାଇଁ ଜୋସ୍ ଭରିଛନ୍ତି। ବ୍ରହ୍ମପୁର ଆମ୍ବପୁଆରେ ବିଶାଳ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ ଓଡିଶା ରେ ଚାଳିଥିବା ବାବୁରାଜ୍ ଓ ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗ ଉଠାଇ ପ୍ରବଳ ବର୍ଷିଥିଲେ। ଚିଟଫଣ୍ଡ ଦୁର୍ନୀତିରେ ବୁଡିଥିବା ସରକାରକୁ ଏଠି ରହିବା ଦରକାର ନାହିଁ। ଏହାକୁ ବଦଳାଇବା ଦରକାର ବୋଲି ଦୃଢତାର ସହ କହିଥିଲେ । ତା ସହ ଗୋପାଳପୁରରେ ଏକ ଜରୁରୀ ବୈଠକ ମଧ୍ୟ ବସିଥିଲା। ଯେଉଁଥିରେ ଦକ୍ଷିଣ ଓଡିଶାର ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ। ନଡ୍ଡାଙ୍କ ଏହି ଅଭିଭାଷଣ ଦକ୍ଷିଣ ଓଡିଶାର ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରିଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories