www.samajalive.in
Monday, December 15, 2025
27.1 C
Bhubaneswar

ସାମ୍ବାଦିକଙ୍କୁ ବିଦେଶୀ ଏଜେଣ୍ଟ ଘୋଷଣା କରିପାରନ୍ତି ରୁଷ ସରକାର, ଆଇନକୁ ମଞ୍ଜୁରୀ ପରେ ତେଜିଲା ବିରୋଧ

ମସ୍କୋ: ରୁଷରେ ସାମ୍ବାଦିକମାନଙ୍କୁ ବିଦେଶୀ ଏଜେଣ୍ଟ ଭାବେ ଘୋଷଣା କରାଯାଇପାରେ। ଏଥିପାଇଁ ରୁଷ ସରକାର ଏକ ଆଇନ ଆଣିଛନ୍ତି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଆଇନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଯେଉଁମାନେ ଏଠାରେ ସାମ୍ବାଦିକତା କରି ବିଦେଶରୁ ଅର୍ଥ ଉପାର୍ଜନ କରୁଛନ୍ତି ଏବଂ ଦେଶର ରାଜନୀତିରେ ସାମିଲ ହେଉଛନ୍ତି ସେମାନେ ଏହି ଆଇନ ଅଧୀନରେ ଆସିବେ। ତେବେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଆଇନକୁ ନେଇ ବିବାଦ ଆରମ୍ଭ ହୋଇଛି। ଦେଶରେ ଏହି ଆଇନକୁ ତୀବ୍ର ବିରୋଧ କରାଯାଇଛି। ଆଇନଟି ଗଣମାଧ୍ୟମର ସ୍ବାଧୀନତାକୁ କ୍ଷୁର୍ଣ୍ଣ କରିବ ବୋଲି କୁହାଯାଇଛି।

ରୁଷ ସରକାରଙ୍କ ୱେବସାଇଟ୍‌ରେ ପ୍ରକାଶିତ ତଥ୍ୟ ଅନୁସାରେ, ଏହି ନୂଆ ଆଇନ ତତ୍କାଳ ଲାଗୁ ହେବ। ଯେଉଁମାନେ ରାଜନୀତିରେ ସାମିଲ ହେଉଛନ୍ତି ଏବଂ ବିଦେଶରୁ ଧନ ଉପାର୍ଜନ କରୁଛନ୍ତି ସେମାନଙ୍କୁ ବିଦେଶୀ ଏଜେଣ୍ଟ କୁହାଯାଏ। ଯେଉଁମାନେ ଏଭଳି କାର୍ଯ୍ୟରେ ଦୋଷୀ ପ୍ରମାଣିତ ହେବେ ସେମାନଙ୍କୁ ଜରିମାନା ଭରିବାକୁ ପଡ଼ିବ। ସରକାରଙ୍କ ଏହି ଆଇନକୁ ନେଇ ଆମନେଷ୍ଟି ଇଣ୍ଟରନ୍ୟାଶନାଲ ଏବଂ ରିପୋର୍ଟର୍ସ ୱିଦାଉଟ ବଡର୍ସ ସମେତ ୯ଟି ମାନବାଧିକାର ସଂଗଠନ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହି ଆଇନ କେବଳ ସାମ୍ବାଦିକଙ୍କ ପର୍ଯ୍ୟନ୍ତ ସୀମିତ ନାହିଁ, ବରଂ ବ୍ଲଗର୍ସ ଏବଂ ଇଣ୍ଟରନେଟ ଉପଭୋକ୍ତାଙ୍କ ଉପରେ ବି ଲାଗୁ ହେବ। ରୁଷ ପକ୍ଷରୁ କୁହାଯାଇଛି ଯେ, ଯଦି ପାଶ୍ଚାତ୍ୟ ଦେଶଗୁଡ଼ିକରେ ଆମ ସାମ୍ବାଦିକମାନଙ୍କୁ ବିଦେଶୀ ଏଜେଣ୍ଟ ଭାବେ ଦର୍ଶାଯାଉଛି, ତେବେ ଆମେ ମଧ୍ୟ ସେଭଳି କରିପାରିବୁ। ରୁଷ ୨୦୧୭ରେ ଏହି ଆଇନକୁ ପାରିତ କରିଥିଲା, ଯେତେବେଳେ କ୍ରେମଲିନ ଦ୍ବାରା ପାଣ୍ଠି ଯୋଗାଣ ହେଉଥିବା ଆରଟି ଟେଲିଭିଜନକୁ ଆମେରିକାରେ ବିଦେଶୀ ଏଜେଣ୍ଟ ଘୋଷଣା କରାଯାଇଥିଲା।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories