www.samajalive.in
Monday, December 15, 2025
14.1 C
Bhubaneswar

୨୫ ବିଦ୍ୟାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ

ଗୋପାଳପୁର : ଗୋପାଳପୁର ସନ୍ନିକଟ ନାରାୟଣପୁରଠାରେ ଥିବା ଓମ୍ ସାଇ ଇନସିଚ୍ୟୁଟ ଅଫ ଟେକ୍ନିକାଲ ଏଡୁକେସନ ସେଣ୍ଟର ପକ୍ଷରୁ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ ବେଙ୍ଗାଲୁରୁ ସ୍ଥିତ ଓ୍ବିପ୍ରୋ କାଓ୍ବାସାକି ପ୍ରେସିଅନ ମେସିନାରୀ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ପକ୍ଷରୁ ଏହି ମେଳାର ଆୟୋଜନ କରାଯାଇଥିଲା। କମ୍ପାନୀର ମାନବସମ୍ବଳ ଅଧିକାରୀ ଭେଙ୍କଟଶ କନୋକଙ୍କର ସମେତ ସେମାନଙ୍କ ଏକ ଟିମ ଉପସ୍ଥିତ ରହି ବିଦ୍ୟାର୍ଥୀ ମାନଙ୍କ ସାକ୍ଷାତକାର ନେବା ସହ ୨୫ ଜଣ ବିଦ୍ୟାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ। ବିଦ୍ୟାର୍ଥୀ ମାନେ ସେମାନଙ୍କର ଶେଷ ବର୍ଷର ପରୀକ୍ଷା ଫଳ ପ୍ରକାଶନ ପରେ କମ୍ପାନୀରେ ଯୋଗଦେବେ ବୋଲି କଲେଜ ପକ୍ଷରୁ କୁହାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ କଲେଜର ନିର୍ଦ୍ଧେଶକ ବାଳକୃଷ୍ଣ ପଣ୍ଡା, ପ୍ରଶାସନିକ ଅଧିକାରୀ ମୁରଲୀ ପାଢ଼ୀ, ଅଧ୍ୟକ୍ଷ ଇଂ ସୁଶିଲ କୁମାର କାଣ୍ଡି, ଉପାଧ୍ୟକ୍ଷ ମିଶ୍ରି ଲାଲ ସାହୁ, ପରୀକ୍ଷା ପରିଚାଳକ ରଞ୍ଜନ କୁମାର ତରାଇ, କ୍ଓୟାମ୍ପସ କୋର୍ଡିନେଟର ପି ମୁକେଶ ଙ୍କ ସମେଉସମସ୍ତ କଲେଜ କର୍ତ୍ତୃପକ୍ଷ ଉପସ୍ଥିତ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories