www.samajalive.in
Sunday, December 14, 2025
19.1 C
Bhubaneswar

ଆଦିବାସୀ ଉନ୍ନୟନ ପ୍ରକଳ୍ପ ବିରୋଧରେ ସାମ୍ବାଦିକ ସମ୍ମିଳନୀ

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର କଲ୍ୟାଣ ମଣ୍ଡପଠାରେ ସର୍ବଦଳୀୟ ପକ୍ଷରୁ ଆଦିବାସୀ ଉନ୍ନୟନ ପ୍ରକଳ୍ପ ବିରୋଧରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ଆଦିବାସୀ ଉନ୍ନୟନ ପ୍ରକଳ୍ପ (ଆଇ ଟିଡିଏ) ତରଫରୁ ଏମଜିଏନଆରଜିଏରେ  କଲ୍ୟାଣସିଂହପୁର ବ୍ଲକରେ ଦୁର୍ନୀତି ହୋଇଥିବା ନେଇ  ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ ହୋଇଛି । କାର୍ଯ୍ୟାଦେଶ ୨୪୨୯୦୦୫/ଆରସି/୧୦୬୦୮୬୪୩ ରେ ସ୍ଥାନୀୟ ପି ଡବ୍ଲୁଡି ରାସ୍ତା ଠାରୁ ଚାଞ୍ଚଡାସାହି ଓ ମଥୁରାନଗର ଲେକାଗୁଡାରେ ହେବାକୁ ଥିବା କେନାଲ କାମ ନ କରି ଉଭୟରୁ ୫ଲକ୍ଷ ୭୫ହଜାର ଟଙ୍କାର ବିଲ ହୋଇଯାଇଛି । ଏହିପରି ବିଗତ ବର୍ଷରେ ମଧ୍ୟ ଅନେକ ଗୁଡିଏ କାମ ନ କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ପଲମା, ଧାମୁନିପଙ୍ଗା, ସିଙ୍ଗାରି ପଞ୍ଚାୟତରେ ଆର୍ଥିକ ବର୍ଷ  ୨୦୨୨-୨୦୨୩,୨୦୨୩-୨୦୨୪ ଓ ୨୦୨୪-୨୦୨୫ ର କାର୍ଯ୍ୟ ତଦନ୍ତ କରିବା ପାଇଁ ଲିଖିତ ଅଭିଯୋଗ ସହ ଆଇଟିଡିଏ ସଂସ୍ଥାର କନିଷ୍ଠ ଯନ୍ତ୍ରୀ ଅଚିନ୍ତା କୁମାର ପାଳ ଉକ୍ତ ବ୍ଲକରେ ପ୍ରାୟ ୫ବର୍ଷ ହେବ ବିନା କାର୍ଯ୍ୟ କରି ଟଙ୍କା  ଆତ୍ମସାତ କରିଛନ୍ତି ଓ କୌଣସି ସ୍ଥାନରେ ସୂଚନା ଫଳକ ଲଗାଇନଥିବା ଅଭିଯୋଗ ହୋଇଛି । ସିଙ୍ଗାରିରେ ପ୍ରାୟ ୭ରୁ ୮ଟି ଚେକ ଡେମ କରିବା ଭଳି ଦେଖା ଯାଇଛି କିନ୍ତୁ ବିନା କାର୍ଯ୍ୟରେ ବିଲ ହୋଇଛି । ୫ବର୍ଷରେ ଅତି କମରେ ୨୦ଟି ଚେକ ଡେମ କରିଥିବା କାଗଜ କଲମରେ ଦର୍ଶାଇ ଥିବା ଅଭିଯୋଗ କରିଛନ୍ତି । ସମୁଦାୟ୧୮୩ଟି କାର୍ଯ୍ୟରୁ ୯୦ଭାଗ କାର୍ଯ୍ୟ ବିନା ସାଇନ ବୋର୍ଡ ରେ କନିଷ୍ଠ ଯନ୍ତ୍ରୀ (ଏ କେ) ଅଚିନ୍ତା କୁମାର ପାଳ ବିଲ କରିଛନ୍ତି ।   ଉକ୍ତ ବ୍ଲକର ୧୪ଟି ପଞ୍ଚାୟତରେ ଥିବା ସତ୍ତ୍ୱେ କେବଳ ହାତ ଗଣତି ହିସାବରେ କିଛି ଲୋକଙ୍କୁ କାମ ଦେଇ ମାଲାମାଲ ହେଉଥିବା ଲିଖିତ ଅଭିଯୋଗ କରିଥିବା କହିଛନ୍ତି । ଏହାର ସଠିକ ଭିଜିଲାନ୍ସ ତଦନ୍ତ କରି କନିଷ୍ଠ ଯନ୍ତ୍ରୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଯଦି ଆବଶ୍ୟକ ସ୍ଥଳରେ ବ୍ଲକ ସମସ୍ତ ଗରିବ ଓ ଚାଷୀ ଭାଇ ମାନଙ୍କୁ ନେଇ ଶାନ୍ତି ପୂର୍ଣ୍ଣ ଭାବରେ ଆଇଟିଡିଏ କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ସମେଶ୍ୱର କୌଶଲ୍ୟା, ସେଲେବାନ କୌଶଲ୍ୟା, ରାମଦାସ ବେନିଆ, ସଞ୍ଜୁ ତିଆକା, ଅଙ୍ଗଦ ତିଆକା, କାମେଶ କାଡ୍ରାକା,ସୁରେନ୍ଦ୍ର କୌଶଲ୍ୟା ଗୋପାଳ ବିବାର ,ସନ୍ତୋଷ ବାଗ ନିରଞ୍ଜନ ମହନନ୍ଦିଆ ,ଶତ୍ରୁଘନ ବାଗ ପ୍ରମୁଖ  ଉପସ୍ଥିତ ରହିଥିଲେ । ଉକ୍ତ ବିଷୟ ନେଇ  ପିଆଇଟିଡିଏ ସହକରି ଯନ୍ତ୍ରୀ ତ୍ରିଲୋଚନ ସେଠୀଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଖବର ବିଷୟରେ ଅବଗତ ଅଛି ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି । କିନ୍ତୁ କନିଷ୍ଠ ଯନ୍ତ୍ରୀ ପାଳ ଯୋଗାଯୋଗର ଆସୁନାହାନ୍ତି । ସହକାରୀ ଯନ୍ତ୍ରୀ ଘଟଣାର ତଦନ୍ତ କରିବା ପାଇଁ କହୁଥିବା ବେଳେ (ପିଆଇଟିଡିଏ )ପ୍ରକଳ୍ପ ନିର୍ଦ୍ଦେଶକ ହାତ ବାନ୍ଧି ଚୁପ ରହୁଥିବା ଜଣାପଡିଛି ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories