www.samajalive.in
Saturday, December 13, 2025
23.1 C
Bhubaneswar

ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଜନ୍‌ ରିଡ୍‌ଙ୍କ ପରଲୋକ

ଅକଲାଣ୍ଡ୍‌ : ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଜନ୍‌ ରିଡ୍‌ଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୫୦ ଦଶକରେ ନ୍ୟୁଜିଲାଣ୍ଡର ଜଣେ ଖ୍ୟାତନାମା ଅଲରାଉଣ୍ଡର ଭାବେ ପରିଚିତ ରିଡ୍‌ ୩୪ଟି ଟେଷ୍ଟରେ ନ୍ୟୁଜିଲାଣ୍ଡ ଦଳର ନେତୃତ୍ବ ନେଇଥିଲେ। ଜନ୍‌ ରିଡ୍‌ଙ୍କ ପରଲୋକରେ ନ୍ୟୁଜିଲାଣ୍ଡ କ୍ରିକେଟ୍ ଆସୋସିଏସନ୍ ତରଫରୁ ଶୋକବ୍ୟକ୍ତ କରାଯିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି।
ଅକଲାଣ୍ଡ୍‌ରେ ଜନ୍ମିତ ରିଡ୍‌ ୱେଲିଙ୍ଗଟନ୍‌ରେ ପାଠ ପଢ଼ିଥିଲେ। ସେ ନିଜ କ୍ୟାରିୟରରେ ୨୪୬ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ୧୬, ୧୨୮ ରନ୍‌ କରିଥିଲେ। ଏଥିରେ ୩୯ଟି ଶତକ ରହିଥିଲା। ଏହାବାଦ୍‌ ସେ ୪୬୬ଟି ୱିକେଟ୍ ହାସଲ କରିଥିଲେ। ୧୯୪୯ରେ ୧୯ ବର୍ଷ ବୟସରେ ଜନ୍‌ ରିଡ୍‌ ନିଜ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ।
ଡାହାଣହାତୀ ବ୍ୟାଟସମ୍ୟାନ୍‌ ଓ ଦ୍ରୁତ ବୋଲର ଭାବେ ପରିଚିତ ଜନ୍‌ ରିଡ୍‌ ୫୮ଟି ଟେଷ୍ଟ ଖେଳି ୩୪୨୮ ରନ୍ ସଂଗ୍ରହ କରିଥିବା ବେଳେ ୮୫ଟି ୱିକେଟ୍‌ ହାସଲ କରିଥିଲେ। ସେ ଟେଷ୍ଟରେ ୬ଟି ଶତକ ହାସଲ କରିଥିଲେ। ୧୯୬୫ରେ ସେ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳର ମନୋନୟନକାରୀ, ମ୍ୟାନେଜର ଓ ଆଇସିସି ମ୍ୟାଚ୍‌ ରେଫରି ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories