ଲାହୋର : ପାକିସ୍ତାନ କ୍ରିକେଟ୍ ଦଳର ମୁଖ୍ୟ ମନୋନୟନକାରୀ ଭାବେ ଦାୟିତ୍ବ ନିର୍ବାହ କରୁଥିବା ମିସ୍ବା ଉଲ୍ ହକ୍ ଆସନ୍ତା ନଭେମ୍ବର ୩୦ରେ ନିଜ ପଦ ଛାଡ଼ିବେ ବୋଲି ଜଣାପଡ଼ିଛି। ବୁଧବାର ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ମିସ୍ବା କହିଥିଲେ ଗତବର୍ଷ ସେପ୍ଟମ୍ବରରେ ସେ ପାକିସ୍ତାନ କ୍ରିକେଟ୍ ଦଳର ମୁଖ୍ୟ ମନୋନୟନକାରୀ ଓ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତେବେ ମୁଖ୍ୟ ପ୍ରଶିକ୍ଷକ ପଦ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିବା ଉଦ୍ଦେଶ୍ୟରେ ମୁଖ୍ୟ ମନୋନୟନକାରୀ ପଦ ଛାଡ଼ିବେ। ଏହି ନିଷ୍ପତ୍ତି ସଂପର୍କରେ ସେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ଜଣାଇ ଦେଇଛନ୍ତି।
Popular Categories



