www.samajalive.in
Saturday, December 6, 2025
16.1 C
Bhubaneswar

ହୋଟେଲରୁ ମିଳିଲା ନିଖୋଜ ଆଇଆଇଟି ଅଧିକାରୀଙ୍କ ମୃତଦେହ

ନୂଆଦିଲ୍ଲୀ: ଗତ ଦୁଇ ଦିନ ହେଲା ରାଜସ୍ଥାନ ଜୋଧପୁର ଆଇଆଇଟି କଲେଜର ଜଣେ ଅଧିକାରୀ ନିଖୋଜ ହୋଇଯାଇଥିଲେ । ମଙ୍ଗଳବାର ଦିଲ୍ଲୀର ଏକ ହୋଟେଲରୁ ତାଙ୍କର ମୃତଦେହ ମିଳିଛି। ସୂଚନା ମୂତାବକ ଆଇଆଇଟି କଲେଜ ଅଧିକାରୀ ସୁନୀଲ ଜୋଧପୁରରେ ନିଜ ପତ୍ନୀଙ୍କ ସହ ରୁହନ୍ତି। ତାଙ୍କ ପତ୍ନୀଙ୍କ କହିବା ମୂତାବକ ସୁନୀଲ ଟ୍ରେନ୍ ଯୋଗେ ଜୋଧପୁରରୁ ମୁମ୍ବାଇ ଯାଇଥିଲେ। ସେଠାରୁ ସେ ନାସିକ୍ ବୁଲିବାକୁ ଯିବେ ବୋଲି କହିଥିଲେ। ଟ୍ରେନରେ ଯାତ୍ରା କରୁଥିବା ସମୟରେ ସେ ତାଙ୍କ ସହ କଥା ହୋଇଥିଲେ। ହେଲେ ପରେ ଯୋଗାଯୋଗ ସମ୍ଭବ ନ ହେବାରୁ ସେ ବୋରାନାଡା ଥାନାରେ ଏତଲା ଦେଇଥିଲେ। ତେବେ ସୁନୀଲ ନାସିକ ନଯାଇ କଣ ପାଇଁ ଦିଲ୍ଲୀ ଗଲେ, ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନି । ପୁଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories