ଜମ୍ମୁରେ କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା:ସ୍କାନରରେ ୨୦୦ ଆତଙ୍କବାଦୀ ଓ ୩୦୦୦ସହଯୋଗୀ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ମେହବୁବା ସରକାରର ପତନ ପରେ ରାଜ୍ୟପାଳ ଶାସନ ଲାଗୁ ହୋଇଛି। ରାଜ୍ୟପାଳ ଏନଏନ ଭୋରା ଦାୟିତ୍ୱ ଗ୍ରହଣ କରିବା ସହ ରାଜ୍ୟର ସ୍ଥିତି ଅନୁଧ୍ୟାନ କରିବା ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ରାଜ୍ୟର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟତଃ ରାଜ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇ ପର୍ଯ୍ୟାୟରେ ସେନା କାର୍ଯ୍ୟ କରିବ। ଗୋଟିଏ ପଟେ ସୀମାନ୍ତରେ ୨୦୦ରୁ ଊଦ୍ଧ୍ୱର୍ ଆତଙ୍କବାଦୀଙ୍କୁ ନିପାତ କରାଯିବା ସହ ରାଜ୍ୟ ଭିତରେ ସେମାନଙ୍କୁ ସହଯୋଗ କରୁଥିବା ୩୦୦୦ରୁ ଊଦ୍ଧ୍ୱର୍ ସହଯୋଗୀଙ୍କୁ ମଧ୍ୟ ଟାର୍ଗେଟ କରାଯିବ।
ଘାଟିରେ ୨୦୦ରୁ ଊଦ୍ଧ୍ୱର୍ ଆତଙ୍କବାଦୀ ସକ୍ରିୟ ଥିବାବେଳେ ସେମାନଙ୍କୁ ରାଜ୍ୟ ଭିତରେ ୩ହଜାରରୁ ଊଦ୍ଧ୍ୱର୍ ଓଭର ଗ୍ରାଉଣ୍ଡ ୱର୍କର(ଓଜିଡ଼ବ୍ଲୁ)ଙ୍କୁ ନିପାତ ନିମନ୍ତେ ସେନା ସର୍ଚ ଅପରେସନକୁ ବଢାଇବାକୁ ନିଷ୍ପତ୍ତି ନେଇଛି।
ଗୋଟିଏ ପଟେ ରାଜ୍ୟରେ ଆତଙ୍କବାଦୀଙ୍କୁ ନିପାତ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି।