www.samajalive.in
Monday, December 15, 2025
16.1 C
Bhubaneswar

ଡାକ୍ତରଙ୍କ ବାଇକ୍‌ ଧକ୍କାରେ ସାମ୍ବାଦିକ ଜିତେନ୍ଦ୍ର ପ୍ରସାଦ ଦାସଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଆମ୍ରି ଡାକ୍ତରଖାନା ରାସ୍ତାରେ ଶନିବାର ରାତିରେ ରଶ୍ମିକାନ୍ତ ମିଶ୍ର ନାମକ ଡାକ୍ତର ବାଇକରେ ଦ୍ରୁତ ଗତିରେ ଆସି ଧକ୍କା ଦେବାରୁ ସାମ୍ବାଦିକ ଜିତେନ୍ଦ୍ର ପ୍ରସାଦ ଦାସଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଜିତେନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରାକ୍ତ ସ୍ରାବ ହୋଇଥିଲା। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ରାଜ୍ୟର ବିଭିନ୍ନ ଅଗ୍ରଣୀ ଖବରକାଗଜ ସଂସ୍ଥାରେ କାର୍ଯ୍ୟ କରିଛନ୍ତି। ଖଣ୍ଡଗିରି ପାହାଡ ପାଦ ଦେଶରେ ଥିବା ଓଏସ୍‌ଆର୍‌ଟିସି ବସ୍‌ଷ୍ଟାଣ୍ଡ ନିକଟରେ ଚାଲି ଚାଲି ଯାଉଥିବା ସମୟରେ ଦ୍ରୁତଗତିରେ ବାଇକ୍‌ରେ ଆସୁଥିବା ରଶ୍ମି ତାଙ୍କୁ ଧକ୍କା ଦେଇଥିଲେ। ରାସ୍ତାରେ ଥିବା ଡିଭାଇଡର୍‌ରେ ପିଟି ହୋଇ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା।

ତାଙ୍କୁ ଉଦ୍ଧାର କରି ଆମ୍ରି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କ ମୃତ ଘୋଷଣା କରିଥିଲେ। ଜିତେନ୍ଦ୍ର ଜଣେ ଉତ୍ତମ ଲେଖକ ଓ ସାମ୍ବାଦିକ ଥିଲେ। କବିତା ରଚନା ଯୋଗୁଁ ତାଙ୍କ ବନ୍ଧୁ ମହଲରେ ସେ କବି ଭାବେ ପରିଚିତ ଥିଲେ। ଏବେ ତାଙ୍କର ପତ୍ନୀଙ୍କ ସହ ଗୋଟିଏ ଛୋଟ ଝିଅ ରହିଛନ୍ତି। ଜିତେନ୍ଦ୍ରଙ୍କ ମୃତ୍ୟୁରେ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories