ନୂଆଦିଲ୍ଲୀ : ଜିଓ ଟିଭି ନିକଟରେ ଷ୍ଟାର ଇଣ୍ଡିଆ ସହିତ ଏକ ପାର୍ଟନରସିପ କରିଛି। ଯାହାଦ୍ୱାରା ଏବେ ଜିଓର ଗ୍ରାହକ ମାନେ ୫ବର୍ଷ ପର୍ଯ୍ୟନ୍ତ ସମସ୍ତ କ୍ରିକେଟ ମ୍ୟାଚର ସିଧାପ୍ରସାରଣ ମାଗଣାରେ ଦେଖିପାରିବେ। ଏବେ ଜିଓର ଗ୍ରାହକ ଜିଓ ଟିଭିରେ ସମସ୍ତ ଟି-୨୦, ଏକଦିବସୀୟ, ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟ ମ୍ୟାଚ ଏବଂ ଘରୋଇ ମ୍ୟାଚ ମାଗଣାରେ ଦେଖିପାରିବେ। ଷ୍ଟାର ଇଣ୍ଡିଆ ସହିତ ପାର୍ଟନରସିପର ଘୋଷଣା କରି ଜିଓର ନିର୍ଦେଶକ ଆକାଶ ଅମ୍ବାନୀ କହିଛନ୍ତି, ଜିଓ ସବୁବେଳେ ନିଜ ଗ୍ରାହକ ମାନଙ୍କ ସୁବିଧା ପାଇଁ କାର୍ଯ୍ୟ କରି ଆସିଛି। ସେହିଭଳି ଏବେ ତାର ଗ୍ରାହକମାନଙ୍କ ପାଇଁ ଷ୍ଟାର ଇଣ୍ଡିଆ ସହିତ ପାର୍ଟନରସିପ କରିଛି, କାରଣ ଭାରତରେ କ୍ରିକେଟ କେବଳ ଏକ ଖେଳ ନୁହେଁ, ଏକ ଉତ୍ସବ ସହିତ ସମାନ। ତେଣୁ ଭାରତର ଅଧିକାଂଶ ଲୋକ କ୍ରିକେଟକୁ ଭଲପାଇଥାନ୍ତି। ତେଣୁ ଜିଓ ତାର ଗ୍ରାହକମାନଙ୍କ ପାଇଁ ଏହି ଅଫର ଆଣିଛି। ଯାହାଦ୍ୱାରା ଅନେକ କ୍ରିକେଟ ପ୍ରେମୀ ଉପକୃତ ହେବେ।
ଜିଓ ଟିଭିର ନୂଆ ଅଫର : ମାଗଣାରେ ଦେଖିପାରିବେ ପାଞ୍ଚବର୍ଷ ପର୍ଯ୍ୟନ୍ତ ସମସ୍ତ କ୍ରିକେଟ ମ୍ୟାଚ
Popular Categories



