www.samajalive.in
Saturday, December 6, 2025
15.1 C
Bhubaneswar

ନମ୍ବରପ୍ଲେଟରେ ନମ୍ବର ବ୍ୟତୀତ ଅନ୍ୟକିଛି ଲେଖାଥିଲେ ଚାଲାଣ କାଟିବ ପୁଲିସ

ନୂଆଦିଲ୍ଲୀ : ନିଜର କାରରେ କୌଣସି ରାଜନୈତିକ ଦଳର ନାମ, ସାମ୍ବାଦିକ, ପୁଲିସ ଆଦି ଲେଖିଛନ୍ତି ତାକୁ ହଟାଇ ଦିଅନ୍ତୁ। ସେପ୍ଟେମ୍ବର ୨୪ ତାରିଖ ଠାରୁ ପୁଲିସ ଏଭଳି ଲେଖାହୋଇଥିବା କାର ମାନଙ୍କରୁ ଚାଲାଣ ଆଦାୟ କରିବ। ଯେଉଁ ଗାଡିର ନମ୍ବର ପ୍ଲେଟରେ ନମ୍ବର ବ୍ୟତୀତ ଅନ୍ୟ କୌଣସି ରାଜନୈତିକ ଦଳ, ପୁଲିସ ଆଦି କୌଣସି ପଦବୀ ଲେଖାଯାଇପାରିବ ନାହିଁ ବୋଲି ପୁଲିସ ସୂଚନା ଦେଇଛି। ଯଦି କୌଣସି ଗାଡିରେ ପୁଲିସ ଏହା ଦେଖିବାକୁ ପାଏ, ତାହେଲେ ପୁଲିସ ୫୦୦ ଟଙ୍କା ଚାଲାଣ କାଟିବ। ନିଜର ପଦବୀକୁ ଗାଡିରେ ଲେଖି ଏହାର ଦୁବ୍ୟବହାର କରାଯାଉଥିବା ସଡକରେ ଦେଖିବାକୁ ମିଳୁଛି। ଏହି ନିୟମ ପାଳନ କରିବାପାଇଁ ୧୧ କୋଟି ଟଙ୍କା ଖର୍ଚ୍ଚ କରି ସହର ମାନଙ୍କରେ ୩୫ ପିଟି-ଜେଟ, ୧୧୧ଟି କ୍ୟାମେରା ଓ ୮୦ଟି ଏଏନପିଆର କ୍ୟାମେରା ବ୍ୟବହାର କରାଯିବ। ଏଭଳି ଗାଡି ନମ୍ବର ଥିବା ବ୍ୟବହାରକାରୀଙ୍କ ଘରକୁ ମଧ୍ୟ ଚାଲାଣ ପଠାଯାଇପାରେ।
ସୂଚନାଯୋଗ୍ୟ ଯେ, ୨୦୧୨ରେ ସମସ୍ତ ଗାଡିରେ ଉଚ୍ଚ ସୁରକ୍ଷା ନମ୍ବରପ୍ଲେଟ ଲଗାଇବା ପାଇଁ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଥିଲା। ଏକ ମାସ ମଧ୍ୟରେ ନିଜର ଗାଡିରେ ଉଚ୍ଚ ସୁରକ୍ଷା ନମ୍ବରପ୍ଲେଟ ବ୍ୟବହାର କରିବାପାଇଁ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଦୁଇ ଚକିଆ ଏବଂ ଚାରି ଚକିଆ ଯାନରେ ଏହାର ଅଧିକ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories