www.samajalive.in
Saturday, December 6, 2025
15.1 C
Bhubaneswar

ଭାରତ-ପାକ ବିଦେଶ ମନ୍ତ୍ରୀସ୍ତରୀୟ ବୈଠକ ରଦ୍ଦ

ନୂଆଦିଲ୍ଲୀ : ଭାରତ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ତାଙ୍କ ପାକିସ୍ତାନ ପ୍ରତିପକ୍ଷ ସାହ ମହମୁଦ କ୍ୟୁରେଶୀଙ୍କ ମଧ୍ୟରେ ନ୍ୟୁୟର୍କଠାରେ ହେବାକୁ ଥିବା ବୈଠକକୁ ଭାରତ ସରକାର ଶୁକ୍ରବାର ରଦ୍ଦ କରିଦେଇଛନ୍ତି। ବୈଠକ ଧାର୍ଯ୍ୟ ହେବାର ୨୪ ଘଣ୍ଟା ନପୂରୁଣୁ ପାକିସ୍ତାନ ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀର ୩ ଜଣ ପୁଲିସ୍‍ କର୍ମୀଙ୍କୁ ଅପହରଣ କରିନେଇ ହତ୍ୟା କରିଥିଲେ। ଏହାପରେ ଭାରତ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ଏକ ସମ୍ବାଦିକ ସମ୍ମିଳନୀ ଆହୂତ କରି ଦୁଇ ଦେଶର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାକୁ ଭାରତ ରଦ୍ଦ କଲା ବୋଲି ଘୋଷଣା କରିଥିଲେ। ସେ କହିଥିଲେ ଯେ ପାକିସ୍ତାନର ଅନୁରୋଧ କ୍ରମେ ବୈଠକ ପାଇଁ ଭାରତ ରାଜି ହୋଇଥିଲା ଓ ସକାରାତ୍ମକ ଉତ୍ତର ରଖିଥିଲା। ହେଲେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ନିଜର ପ୍ରକୃତ ଚେହେରା ଦେଖାଇ ଦେଇଛନ୍ତି। ତେଣୁ ଆଉ ବୈଠକର ପ୍ରଶ୍ନ ଉଠୁନାହିଁ। ଏଭଳି ପରିସ୍ଥିତିରେ ନ୍ୟୁୟର୍କଠାରେ ବିଦେଶ ମନ୍ତ୍ରୀସ୍ତରୀୟ କୌଣସି ଆଲୋଚନା ହୋଇପାରିବ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories