www.samajalive.in
Saturday, December 6, 2025
15.1 C
Bhubaneswar

ନବବଧୂକୁ ଅପହରଣ ଓ ଗଣବଳାତ୍କାର; ପୂର୍ବତନ ପତ୍ନୀ ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ : ଜଣେ ଛାଡ଼ପତ୍ନୀ ନିଜର ପୂର୍ବତନ ସ୍ୱାମୀ ଏବଂ ତାର ନବବଧୂକୁ ଅପହରଣ କରାଇ ଗଣବଳାତ୍କାର ଭଳି ଅପରାଧ ଭିଆଇବା ଘଟଣା ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଏହା ହରିୟାଣାର ଅମ୍ବଲା ଜିଲାରେ ବୁଧବାର ଦିନ ଘଟିଛି। ଶୁକ୍ରବାର ପୁଲିସ୍‍ ଘଟଣାର ପର୍ଦ୍ଦାଫାସ କରିଛି। ପୀଡ଼ିତାର ସ୍ୱାମୀଙ୍କ କହିବା ଅନୁସାରେ ସେ ୫ ବର୍ଷ ତଳେ ଗୁରୁଗ୍ରାମର ଅଭିଯୁକ୍ତା ଜଣଙ୍କୁ ବିବାହ କରିଥିଲେ। ହେଲେ ସାଂସାରିକ ଜୀବନ ଠିକ୍‍ ନ ଚାଲିବାରୁ ଗତ ବର୍ଷ ଡିସେମ୍ବର ମାସରେ ସେ ନିଜ ପତ୍ନୀକୁ ଛାଡ଼ପତ୍ର ଦେଇଥିଲେ। ତେବେ ସପ୍ତାହେ ତଳେ ସେ ଆଉ ଏକ ବିବାହ କରିଥିଲେ। ହେଲେ ତାଙ୍କ ପୂର୍ବତନ ପତ୍ନୀ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ଓ ନୂଆ ପତ୍ନୀକୁ ତାଙ୍କ ଘରୁ ବନ୍ଧୁକ ଦେଖାଇ ଅପହରଣ କରି ନେଇଥିଲେ। ପାନିପଥରେ ତାଙ୍କ ପତ୍ନୀଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହି ଅପହରଣରେ ଅଭିଯୁକ୍ତାର ପରିବାର ଲୋକେ ସାମିଲ ଥିଲେ। ପୁଲିସ୍‍ ଏହି ମାମଲାରେ ଗୁରୁଗ୍ରାମରୁ ଜଣଙ୍କୁ ଗିରଫ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories