www.samajalive.in
Saturday, December 6, 2025
15.1 C
Bhubaneswar

ଜିଓ ଲଞ୍ଚ କଲା ଖାସ୍‌ ଅଫର୍‌, ମାତ୍ର ଏତିକି ଟଙ୍କାରେ ମିଳିବ ଏସବୁ ସୁବିଧା

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଜିଓର ୯ ବର୍ଷ ପୂରଣ ହୋଇଛି । କମ୍ପାନୀରେ ସବସ୍କ୍ରାଇବରଙ୍କ ସଂଖ୍ୟା ୫୦ କୋଟି ପାର୍‌ ହୋଇ ସାରିଛି । ଏହି ଅବସରରେ କମ୍ପାନୀ ଏକ ଖାସ୍‌ ଅଫର୍‌ ଆଣିଛି । ଏହି ଅଫର୍‌ ୩୦୦୦ ଟଙ୍କାର ଅତିରିକ୍ତ ଭାଉଚର୍‌ ସୁବିଧା ସହ ଆସୁଛି ।

କମ୍ପାନୀ ୩୪୯ ଟଙ୍କାର ପ୍ଲାନ୍‌ର ଘୋଷଣା କରିଛି । ଯାହା ୫ ସେପ୍ଟେମ୍ବରରୁ ଉପଲବ୍ଧ ହୋଇଛି । ଏହି ପ୍ଲାନ୍‌ରେ ଅସୀମିତ କଲିଙ୍ଗ୍‌, ଅସୀମିତ ୫ଜି ଡାଟା ଓ ଦୈନିକ ୧୦୦ ଏସଏମଏସ ମିଳିବ । ୩୪୯ ଟଙ୍କାର ସେଲିବ୍ରେଶନ ପ୍ଲାନ୍‌ ସହ ୩୦୦୦ ଟଙ୍କାର ଭାଉଚର ମଧ୍ୟ ମିଳିବ । ଗ୍ରାହକଙ୍କୁ ଅତିରିକ୍ତ ସୁବିଧା ମିଳିବ । ଏହି ପ୍ଲାନ୍‌ ସହ ଜିଓ ହଟଷ୍ଟାର ଓ ଜିଓ ସାୱନ ପ୍ରୋର ଏକ ମାସର ମାଗଣା ସବସ୍କ୍ରିବସନ୍‌ ଦିଆଯାଉଛି ।

- Advertisement -

ପ୍ରିପେଡ୍‌ ଗ୍ରାହକଙ୍କୁ ୩ ମାସର ଜୋମାଟୋ ଗୋଲ୍ଡ, ରିଲାଏନ୍ସ ଡିଜିଟାଲରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌ ମିଳିବ । ଏହା ବ୍ୟତୀତ ଏଜିଓ ଫ୍ୟାସନ୍‌ ଡିଲ୍ସ, ଇଜି ମାଇ ଟ୍ରିପ୍‌ରେ ପର୍ଯ୍ୟଟନର ସୁବିଧା ଓ ଜିଓ ହୋମ୍‌ର ୨ ମାସ ପର୍ଯ୍ୟନ୍ତ ମାଗଣାରେ ସେବା ମିଳିବ ।

୩୦ ବର୍ଷ ପରେ ଶନିଙ୍କ ସିଧା ଚଳନ.. ଏହି ରାଶିଙ୍କ ପାଇଁ ଆସୁଛି ବଡ ଖୁସି ଚାକିରି ଠାରୁୁ ଧନ, ବିବାହ ସବୁଥିରେ ମିଳିବ ବଡ ସଫଳତା, କିଣିବେ ଘର, ଜମି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories