www.samajalive.in
Wednesday, November 12, 2025
27.1 C
Bhubaneswar

ବଡ ଖବର ; ମୁମ୍ବାଇରେ ୪୦୦ କେଜି ଆରଡିଏକ୍ସ ଓ ୩୪ ଆତ୍ମଘାତୀ ବିସ୍ଫୋରଣକାରୀ ଘଟଣା, ଜଣେ ଗିରଫ

ମୁମ୍ବାଇ : ୪୦୦ କିଲୋଗ୍ରାମ୍‌ ଆରଡିଏକ୍ସ ଓ ୩୪ ଆତ୍ମଘାତୀ ବିସ୍ଫୋରଣକାରୀ ପଠାଇ ମୁମ୍ବାଇରେ ଆତଙ୍କ ସୃଷ୍ଟି କରିବାକୁ ଚାହୁଁଥିବା ତଥା ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରାଯାଇଛି । ଏହି ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଉତ୍ତର ପ୍ରଦେଶର ନୋଏଡାରୁ ୫୦ ବର୍ଷୀୟ ଅଶ୍ୱୀନ କୁମାର ସାପ୍ରାଙ୍କୁ ଗିରଫ କରିଛି । ସେ ବିହାରର ମୂଳ ବାସିନ୍ଦା ବୋଲି ଜଣାପଡିଛି । ପଚରାଉଚରା ଓ ତଦନ୍ତ ପାଇଁ ତାକୁ ନୋଏଡାରୁ ମୁମ୍ବାଇ ଅଣାଯାଉଛି । ଅଭିଯୁକ୍ତ ଜଣକ ଧମକ ଦେବା ପାଇଁ ବ୍ୟବହାର କରିଥିବା ଫୋନ୍‌ ଓ ସିମ୍‌ କାର୍ଡକୁ ମଧ୍ୟ ଜବତ କରାଯାଇଛି ।

ସୂଚନାନୁଯାୟୀ, ଗତକାଲି ମୁମ୍ବାଇ ଟ୍ରାଫିକ୍‌ ପୁଲିକୁ ଏହାର ଅଫିସିଆଲ୍‌ ହ୍ୱାଟ୍ସଆପ୍‌ରେ ଏକ ଧମକପୂର୍ଣ୍ଣ ମେସେଜ୍‌ ମିଳିଥିଲା । ମୁମ୍ବାଇରେ ବୋମାମାଡ ନେଇ ଉଲ୍ଲେଖ ଥିଲା । ମେସେଜ୍‌ରେ କୁହାଯାଇଥିଲା, ୩୪ଟି ଗାଡିରେ ମାନବ ବୋମା ଲଗାଯାଇଛି । ୪୦୦ କିଲୋଗ୍ରାମ୍‌ ଆରଡିଏକ୍ସ ମଧ୍ୟ ଲଗାଯାଇଛି । ଏହି ବିସ୍ଫୋରଣ ମୁମ୍ବାଇ ସମେତ ଦେଶକୁ ମଧ୍ୟ ଥରାଇଦେବ । ଏହାସହ ମେସେଜ୍‌ରେ ଲସ୍କର-ଏ-ଜିହାଦି ନାମକ ଏକ ସଙ୍ଗଠନର ନାମ ମଧ୍ୟ ଉଲ୍ଲେଖ କରାଯାଇଥିଲା । ଆହୁରି ମଧ୍ୟ ମେସେଜ୍‌ରେ କୁହାଯାଇଥିଲା, ୧୪ ଜଣ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ପ୍ରବେଶ କରିଛନ୍ତି ଓ ଅନନ୍ତ ଚତୁର୍ଦ୍ଦଶୀରେ ଗଣେଶ ବିସର୍ଜନ ଦିନ ବିସ୍ଫୋରଣ ହେବ ।

- Advertisement -

ଧମକପୂର୍ଣ୍ଣ ବାର୍ତ୍ତା ମିଳିବା ମାତ୍ରେ ମୁମ୍ବାଇ ପୁଲିସ ଆକ୍ସନ ମୋଡରେ ଆସିବା ସହ ତୁରନ୍ତ ସହରର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଥିଲା। ତାଜ ହୋଟେଲ ଏବଂ ବିମାନବନ୍ଦର ସମେତ ସମସ୍ତ ପ୍ରମୁଖ ସ୍ଥାନ ବାହାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ଧମକପୂର୍ଣ୍ଣ ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା ଏବଂ ଆତଙ୍କବାଦ ବିରୋଧୀ ସ୍କ୍ବାଡ୍ (ଏଟିଏସ) ଏକ ସର୍ଚ୍ଚ ଅପରେସନ କରିଥିଲା। ଅନନ୍ତ ଚତୁର୍ଦ୍ଦଶୀ ଏବଂ ଗଣେଶ ବିସର୍ଜନ ପାଇଁ ୨୧୦୦୦ ରୁ ଅଧିକ ପୁଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି । ୧୫୦ ରୁ ଅଧିକ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ମାଧ୍ୟମରେ ଟ୍ରାଫିକ୍ ଏବଂ ଟ୍ରାଫିକ୍ ରୁଟ୍ ଉପରେ ନଜର ରଖାଯାଇଛି।

୩୦ ବର୍ଷ ପରେ ଶନିଙ୍କ ସିଧା ଚଳନ.. ଏହି ରାଶିଙ୍କ ପାଇଁ ଆସୁଛି ବଡ ଖୁସି ଚାକିରି ଠାରୁୁ ଧନ, ବିବାହ ସବୁଥିରେ ମିଳିବ ବଡ ସଫଳତା, କିଣିବେ ଘର, ଜମି..

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

Hot this week

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି...

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା...ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ...

Related Articles

Popular Categories