ସମାଜ ଡିଜିଟାଲ ଡେସ୍କ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ପୃଥକ ଭାବରେ ଭେଟି ଆଲୋଚନା କରିଥିଲେ । ଏହାପରେ ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ କିଛି ଠୋସ୍ ପଦକ୍ଷେପ ନିଆଯାଇପାରିବ ବୋଲି ଆଶା କରାଯାଇଥିଲା । ଏହାପରେ ଦ୍ୱିପାକ୍ଷିକ ଏବଂ ତ୍ରିପାକ୍ଷିକ ବୈଠକ ବିଷୟରେ ଆଲୋଚନା ହୋଇଥିଲା, କିନ୍ତୁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଯୁଦ୍ଧ ମଧ୍ୟରେ ମସ୍କୋରେ ଆଲୋଚନା ପାଇଁ ରୁଷ ରାଷ୍ଟ୍ରପତି ପୁଟିନଙ୍କ ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଜେଲେନ୍ସକି କହିଛନ୍ତି ଯେ ସେ ପ୍ରତିଦିନ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଥିବା ଦେଶର ରାଜଧାନୀକୁ ଯାଇପାରିବେ ନାହିଁ । ଏକ ସାକ୍ଷାତକାର ସମୟରେ ୟୁକ୍ରେନର ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ ଯେ ଯଦି ପୁଟିନ୍ ଆଲୋଚନା କରିବାକୁ ଚାହାଁନ୍ତି, ତେବେ ସେ କିଭ୍ ଆସିବା ଉଚିତ୍ । ଜେଲେନ୍ସକି କହିଛନ୍ତି ସେ କିଭ ଆସିପାରିବେ । ଯେତେବେଳେ ମୋ ଦେଶ ପ୍ରତିଦିନ କ୍ଷେପଣାସ୍ତ୍ର ଏବଂ ଆକ୍ରମଣର ଶିକାର ହେଉଛି, ମୁଁ ମସ୍କୋ ଯାଇପାରିବି ନାହିଁ । ମୁଁ ଆତଙ୍କବାଦୀଙ୍କ ରାଜଧାନୀ ଯାଇପାରିବି ନାହିଁ ବୋଲି ସ୍ପଷ୍ଟ ମନା କରିଛନ୍ତି ଜେଲେନ୍ସକି ।
The Flextronics factory in Mukachevo is an enterprise with American investment. It manufactured household appliances. Russia carried out a missile strike on it on the morning of August 21. Seventeen people were injured in this attack, some of whom are still in the hospital.… pic.twitter.com/bH1rJtvC8C
— Volodymyr Zelenskyy / Володимир Зеленський (@ZelenskyyUa) September 5, 2025



