www.samajalive.in
Monday, December 8, 2025
14.1 C
Bhubaneswar

ଜିଓ ଆଣିଲା ଦୀପାବଳି ଉପହାର-ମାତ୍ର ୬୯୯ ଟଙ୍କାରେ ମିଳିବ ଜିଓଫୋନ୍‍!

ଭୁବନେଶ୍ୱର : ଭାରତ ଏକ ଡିଜିଟାଲ୍‍ ସମାଜକୁ ରୂପାନ୍ତରିତ ହେବା ପ୍ରକ୍ରିୟାର ବାସ୍ତବ ଶୁଭାରମ୍ଭ ହୋଇସାରିଛି। ଆଜିର ସଂଯୁକ୍ତ (କନେକ୍ଟେଡ୍‍) ଦୁନିଆରେ ସୁଲଭ ଇଣ୍ଟରନେଟ୍‍ ହେଉଛି ଏକ ପ୍ରକାରର ମୌଳିକ ମାନବିକ ଆବଶ୍ୟକତା ଏବଂ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ଏକ ପ୍ରକାରର ମୌଳିକ ମାନବିକ ଅଧିକାର। ସେଥିପାଇଁ, ସାରା ଭାରତରେ ଭଏସ୍‍ କଲ୍‍ ସହିତ ଡାଟା ସେବାକୁ ମଧ୍ୟ ଦରକାର କରୁଥିବା ଭାରତୀୟଙ୍କ ପାଖରେ ପହଞ୍ଚାଇଛି ଜିଓ। ପ୍ରତିଟି ଭାରତୀୟ ଜାଣି ଗର୍ବ କରିବେ ଯେ ଜିଓ ସ୍ମାର୍ଟଫୋନ୍‍ ହେଉଛି ଏକମାତ୍ର ସ୍ମାର୍ଟଫୋନ୍‍ ଯାହା ଭାରତୀୟମାନଙ୍କ ଦ୍ୱାରା, ଭାରତୀୟଙ୍କ ପାଇଁ, ଏକ ଭାରତୀୟ ଅପରେଟିଂ ସିଷ୍ଟମ ସହିତ ଭାରତରେ ହିଁ ପ୍ରସ୍ତୁତ କରାଯାଇଛି।
ସୂଚନା ଅନୁସାରେ, ମାତ୍ର ୧୫୦୦ ଟଙ୍କାରେ ମିଳୁଥିବା ଜିଓ ଫୋନ୍‍ ବଜାରରେ ଉପଲବ୍ଧ ହେଉଥିବା ସର୍ବନିମ୍ନ ମୂଲ୍ୟର ସ୍ମାର୍ଟଫୋନ୍‍ ଦାମର ଏକ ଚତୁର୍ଥାଂଶରୁ କମ୍‍ ମୂଲ୍ୟରେ ଉପଲବ୍ଧ ହେବ। ଜିଓ ପକ୍ଷରୁ ଏକ ସ୍ୱତବ  ଅଫର ଘୋଷଣା କରାଯାଇଛି ଯାହାର ନାମ ହେଉଛି ଜିଓଫୋନ୍‍ ଦୀପାବଳି ୨୦୧୯ ଅଫର। ଚଳିତ ଦଶହରା ଓ ଦୀପାବଳିର ପାର୍ବଣ ଅବସରରେ ଜିଓ ପକ୍ଷରୁ ଜିଓଫୋନ୍‍କୁ ମାତ୍ର ୬୯୯ ଟଙ୍କାର ଏକ ସ୍ୱତବ ମୂଲ୍ୟରେ ଉପଲବ୍ଧ କରାଯାଇଛି ଯାହାର ବର୍ତ୍ତମାନ ବଜାର ମୂଲ୍ୟ ହେଉଛି ୧୫୦୦ ଟଙ୍କା। ନିଜର ପୁରୁଣା ଫୋନ୍‍କୁ ବଦଳାଇବା ଭଳି କୌଣସି ପ୍ରକାର ସ୍ୱତନ୍ତ୍ର ସର୍ତ୍ତ ନଥିବାରୁ ଗ୍ରାହକଙ୍କ ପାଇଁ ଏହା ସିଧାସଳଖ ୮୦୦ ଟଙ୍କାରୁ ଅଧିକ ଶଞ୍ଚୟ କରିବାର ସୁଯୋଗ ଆଣିଦେଇଛି। ଏହି ମୂଲ୍ୟ ବଜାରରେ ବର୍ତ୍ତମାନ ଉପଲବ୍ଧ ହେଉଥିବା ଯେକୌଣସି ୨ଜି ଫିଚର ଫୋନ୍‍ ତୁଳନାରେ ବହୁତ କମ୍‍। ୪-ଜି ସେବା ପର୍ଯ୍ୟନ୍ତ ଆସିବା ଲାଗି ଫିଚର୍‍ ଫୋନ୍‍ ବ୍ୟବହାରକାରୀଙ୍କ ଲାଗି ଯେଉଁ ଶେଷ ପ୍ରତିବନ୍ଧକ ରହିଥିଲା ତାହା ଏବେ ଦୂର ହୋଇଛି। ୭୦୦ ଟଙ୍କାର ପ୍ରତିବଦ୍ଧତା, ଯାହା ଜିଓ ଫୋନ୍‍ ଗ୍ରାହକମାନେ ଜିଓଫୋନ୍‍କୁ କିଣିବା ଲାଗି ନିବେଶ କରିବେ ଏବଂ ୨ଜିରୁ ୪ଜି ଡାଟା ଦୁନିଆରେ ପ୍ରବେଶ କରିବେ, ଜିଓ ମଧ୍ୟ ନିଜ ଆଡ଼ୁ ନିବେଶର ପ୍ରତିଶ୍ରୁତି ଦେଇଛି। ଭାରତୀୟ ସମାଜରେ ନିହାତି ଆବଶ୍ୟକ କରୁଥିବା ବର୍ଗକୁ ଇଣ୍ଟରନେଟ୍ ଅର୍ଥନୀତିରେ ସାମିଲ କରିବା ଦିଗରେ ଜିଓର ଏହା ହେଉଛି ନିବେଶ ଏବଂ ପ୍ରତିବଦ୍ଧତା।
ଯେଉଁ ଜିଓଫୋନ୍‍ ଗ୍ରାହକମାନେ ଦୀପାବଳି ୨୦୧୯ ଅଫର ଜରିଆରେ ଜିଓରେ ଯୋଗ ଦେବେ, ଜିଓ ସେମାନଙ୍କୁ ୭୦୦ ଟଙ୍କା ମୂଲ୍ୟର ଅତିରିକ୍ତ ଡାଟା ସୁବିଧା ପ୍ରଦାନ କରିବ। ଗ୍ରାହକମାନେ ଯେଉଁ ପ୍ରଥମ ୭ଟି ରିଚାର୍ଜ କରିବେ, ଜିଓ ଅତିରିକ୍ତ ଭାବେ ପ୍ରତିଥର ୯୯ ଟଙ୍କା ମୂଲ୍ୟର ଡାଟା ଯୋଗ କରିବ। ଅତିରିକ୍ତ ୭୦୦ ଟଙ୍କା ମୂଲ୍ୟର ଅତିରିକ୍ତ ଡାଟା ଜରିଆରେ ଏହି ଅଫରରେ ଜିଓ ଫୋନ୍‍ ବ୍ୟବହାରକାରୀମାନେ ମନୋରଂଜନ, ପେମେଂଟ୍‍, ଇ-କମର୍ସ, ଶିକ୍ଷା, ଲର୍ଣ୍ଣିଂ, ତାଲିମ, ରେଳ ଓ ବସ୍‍ ବୁକିଙ୍ଗ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍‍ ଇଟେଂଲିଜେନ୍ସ) ଆପ୍‍ସ ଏବଂ ଆହୁରି ବହୁତ କିଛିର ଏଯାଏଁ ଅଦେଖା ଦୁନିଆରେ ପ୍ରବେଶ କରିପାରିବେ। ଜିଓ ଫୋନ୍‍ କିଣାରେ ୮୦୦ ଟଙ୍କାର ସଂଚୟ ଏବଂ ୭୦୦ ଟଙ୍କା ମୂଲ୍ୟର ଡାଟା ଜରିଆରେ ପ୍ରତି ଜିଓ ଫୋନ୍‍ ଗ୍ରାହକ ମୋଟ ୧୫୦୦ ଟଙ୍କାର ଲାଭ ପାଇପାରିବେ। ଏକ ସମୃଦ୍ଧ ଡିଜିଟାଲ୍‍ ଭାରତ ପାଇଁ ୧୫୦୦ ଟଙ୍କାର ଏହି ଲାଭ ହେଉଛି ଜିଓର ଦୀପାବଳି ଉପହାର।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories