www.samajalive.in
Monday, December 15, 2025
27.1 C
Bhubaneswar

ଜିନ୍ଦଲ ଷ୍ଟେନଲେସ୍‍ର ତୃତୀୟ ତ୍ରୈମାସିକ ଲାଭ ୪୪୨ କୋଟି ଟଙ୍କାକୁ ବୃଦ୍ଧି

ମୁମ୍ବଇ: ୨୦୨୧ ଡିସେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୈମାସିକରେ ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସ୍‍ଏଲ)ର କନସୋଲିଡେଟେଡ ଲାଭ ପ୍ରାୟ ତିନିଗୁଣ ବୃଦ୍ଧିପାଇ ୪୪୧.୭୮ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏହି ତ୍ରୈମାସିକରେ ଆୟ ୫୬୮୨.୩୭ କୋଟି ଟଙ୍କାକୁ ବୃଦ୍ଧିପାଇଛି, ଯାହା ବର୍ଷକ ପୂର୍ବରୁ ସେହି ସମୟରେ ୩୫୯୨.୦୪ କୋଟି ଟଙ୍କା ହୋଇଥିଲା। ଜେଏସ୍‍ଏଲ ଲଗାତର ଭାବରେ ରପ୍ତାନି ବଜାରର ସୁଯୋଗ ନେବା ସହିତ ବର୍ଷ ପରେ ବର୍ଷ ଭିତ୍ତିରେ ମୋଟ ବିକ୍ରି ପରିମାଣ ବଜାୟ ରଖି ଲାଭଜନକ ଅଭିବୃଦ୍ଧି ହାସଲ କରୁଛି।

ଏ ନେଇ ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, “ଚାଇନା ଏବଂ ଇଣ୍ଡୋନେସିଆରୁ ହେଉଥିବା ଆମଦାନୀ କାରଣରୁ ଅସାଧୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରିସ୍ଥିତି ସତ୍ତ୍ବେ ଏକ ବୁଦ୍ଧିମାନ ଉତ୍ପାଦ କିସମ ଏବଂ ରପ୍ତାନି ବୃଦ୍ଧି ନିମନ୍ତେ ଦୃଢ ପ୍ରୟାସ ଜେଏସ୍‍ଏଲକୁ ତାହାର ଲାଭ ଉପାର୍ଜନ ବଜାୟ ରଖିବାରେ ସହାୟକ ହୋଇଛି।”

- Advertisement -

“ଷ୍ଟେନଲେସ ଷ୍ଟିଲର ବ୍ୟବହାର ପାଇଁ ଆମେ ସର୍ବଦା ନୂଆ ନୂଆ ସୁଯୋଗ ସନ୍ଧାନ କରୁଛୁ ଯାହା ଆମକୁ ପ୍ରତିଦ୍ୱନ୍ଦ୍ୱିତାରୁ ଆଗରେ ରଖିବ ଏବଂ ଘରୋଇ ଓ ରପ୍ତାନି ବଜାରେ ଆମର ଅଂଶ ବୃଦ୍ଧି ଘଟାଇବ। ଆର୍ଥିକ ମିତବ୍ୟୟିତା ଉପରେ ତୀକ୍ଷ୍‍ଣ ନଜର ସହିତ ମଜଭୁତ ପରିଚାଳନାଗତ ମୂଳ ବ୍ୟବସ୍ଥାଗୁଡିକ ଆମକୁ ଉତ୍ତମ ଫଳାଫଳ ଦେଇଛି ଏବଂ ଆମେ ବଜାରର ଗତିଶୀଳତା ଅନୁଯାୟୀ ବ୍ୟବସାୟିକ ରଣକୌଶଳ ନିର୍ଦ୍ଧାରଣ ଜାରି ରଖିବୁ,” ବୋଲି ସେ କହିଥିଲେ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହାର ବୋର୍ଡ ଡେବ୍‍ଟ ସିକ୍ୟୁରିଟି ଜାରି ଜରିଆରେ ୩୫୦୦ କୋଟି ଟଙ୍କା ସଂଗ୍ରହକୁ ଅନୁମୋଦନ କରିଛି। ଯେକୌଣସି ସହ-ଜାରିକର୍ତ୍ତାଙ୍କ ସହିତ ମିଶି ପ୍ରାଇଭେଟ ପ୍ଲେସମେଣ୍ଟ ଜରିଆରେ ସିକ୍ୟୋର୍ଡ ଅଥବା ଅନ୍‍ସିକ୍ୟୋର୍ଡ ଅଣ-ବିନିମୟକ୍ଷମ ରିଡିମ୍‍ କରାଯାଇପାରୁଥିବା ଡିବେଞ୍ଚର ଅଥବା ବଣ୍ଡ୍‍ ଅଥବା କମର୍ସିଆଲ ପେପର୍‍ ଅଥବା ନୋଟ୍‍ (ତାଲିକାଭୁକ୍ତ / ଅଣତାଲିକାଭୁକ୍ତ) ଅଥବା ଯେକୌଣସି ସମ୍ମିଶ୍ରଣ ଜରିଆରେ ଡେବ୍‍ଟ ସିକ୍ୟୁରିଟିଜ ଜାରି ଦ୍ୱାରା ମୋଟ ମୂଳଧନ ୩୫୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ବୋର୍ଡ ଅନୁମୋଦନ କରିଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories