ସାରା ଭାରତରେ ପ୍ରଦର୍ଶିତ ହେବ ସ୍କୋଡା ସ୍ଲାଭିଆ

ମୁମ୍ବାଇ: ସ୍କୋଡା ଅଟୋ ଇଣ୍ଡିଆ ସମଗ୍ର ଭାରତରେ ଏହାର ଶୋ’ରୁମରେ ସଂପୂର୍ଣ୍ଣ ନୂତନ ପ୍ରିମିୟମ ମଧ୍ୟମ ଆକାରର ସେଡାନ, ସ୍ଲାଭିଆର ପ୍ରଦର୍ଶନ ଘୋଷଣା କରିଛି। ଗ୍ରାହକମାନେ ଉତ୍ପାଦ ବୈଶିଷ୍ଟ୍ୟଗୁଡିକର ବିସ୍ତୃତ ତଥ୍ୟ ସହିତ ବ୍ୟକ୍ତିିଗତ ଅଭିଜ୍ଞତା ପାଇପାରିବେ। ପ୍ରି-ବୁକିଂ କାର୍ଯ୍ୟ ଚାଲିଥିବା ବେଳେ ଟେଷ୍ଟ-ଡ୍ରାଇଭ ଏବଂ ଗ୍ରାହକ ବିତରଣ ୨୦୨୨ ମାର୍ଚ୍ଚ ପ୍ରାରମ୍ଭରୁ ଆରମ୍ଭ ହେବ ଏବଂ ପରେ ମୂଲ୍ୟ ଘୋଷଣା କରାଯିବ।

ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ ନିର୍ଦ୍ଦେଶକ ଜେକ ହଲିସ କହିଛନ୍ତି, “୨.୦ ପ୍ରୋଜେକ୍ଟ ଅଧୀନରେ ସ୍କୋଡା ଅଟୋ ଇଣ୍ଡିଆ ପାଇଁ ସ୍ଲାଭିଆ ଦ୍ୱିତୀୟ ଅଳଙ୍କାର ଅଟେ। ଏହି ଗତିଶୀଳ ବଜାରରେ ଆମର ସ୍ଥିତିକୁ ଏହି ସେଡାନ ମଜବୁତ କରିବ ଏବଂ ପ୍ରିମିୟମ ମଧ୍ୟମ ଆକାରରେ ସେଡାନ ସେଗମେଣ୍ଟକୁ ପୁନଃ ସକ୍ରିୟ ଏବଂ ପୁନର୍ଜୀବିତ କରିବ। ସ୍ଲାଭିଆ ସହିତ ପ୍ରେମକୁ ପୁନର୍ବାର ସେଡାନ ଉପରେ ରଖିବା ପାଇଁ ଆମେ ଆତ୍ମବିଶ୍ୱାସୀ ଅଟୁ। ଏହି ଭବ୍ୟ କାର ବର୍ତ୍ତମାନ ଆମ ଗ୍ରାହକଙ୍କ ପାଇଁ ମାତ୍ର ଗୋଟିଏ ପାଦ ଦୂରରେ। ଏହି ଅବସର ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ସ୍ଲାଭିଆ ନାମ ଭାରତରେ ଏବଂ ବୈଶିକ ସ୍ତରରେ ସ୍କୋଡା ଅଟୋ ପାଇଁ ଏକ ନୂତନ ଉତ୍ତରାଧିକାରର ଆଗମନ ଅଟେ।“

ଜୁଲାଇ ୨୦୨୧ରେ କୁଶାକ ଏସୟୁଭି ଆରମ୍ଭ ହେବା ପରେ ଭାରତ-ପାଇଁ-ନିର୍ମିତ ସ୍ଲାଭିଆ ସ୍କୋଡା ଅଟୋ ଇଣ୍ଡିଆର ଦ୍ୱିତୀୟ ଯାନ ଅଟେ। ୧.୦ ଲିଟର ୩-ସିଲିଣ୍ଡର ଟାର୍ବୋପଟ୍ରେଲ ଏବଂ ୧.୫ ଲିଟର ୪-ସିଲିଣ୍ଡର ଟାର୍ବୋପଟ୍ରେଲ ଦ୍ୱାରା ସଞ୍ଚାଳିତ ୮୫ କିଲୋୱାଟ ଏବଂ ୧୧୦ କିଲୋୱାଟ ସୃଷ୍ଟି କରି ସ୍ଲାଭିଆ ଏକ ୬-ସ୍ପିଡ ମେନୁଅଲ, ୬-ସ୍ପିଡ ଅଟୋମେଟିକ ଏବଂ ୭-ସ୍ପିଡ ଡ଼ିଏସଜି ଟ୍ରାନ୍ସମିସନର ପସନ୍ଦରେ ମଧ୍ୟ ଆସିବ।

prayash

୧୭୫୨ ମିମି’ରେ ସ୍କୋଡା ସ୍ଲାଭିଆ ଏହାର ପ୍ରିମିୟମ ମିଡ ସାଇଜ ସେଡାନ ସେଗମେଣ୍ଟର ସବୁଠାରୁ ପ୍ରଶସ୍ତ କାର ଯାହାକି ଏହାର କେବିନରେ ପାଞ୍ଚ ଜଣଙ୍କ ପାଇଁ ସ୍ଥାନ ରହିଛି ଏବଂ ଏହା ଆରାମ ପ୍ରଦାନ କରିଥାଏ। ୫୨୧ ଲିଟର କ୍ଷମତା ବିଶିଷ୍ଟ ବୁଟ ସ୍ପେସ ଦୃଷ୍ଟିରୁ ସ୍ଲାଭିଆ ଏହା ଶ୍ରେଣୀରେ ମଧ୍ୟ ଅଗ୍ରଣୀ ଅଟେ। ପଛ ସିଟରେ କେବଳ ପର୍ଯ୍ୟାପ୍ତ ଜାଗା ନୁହେଁ ବରଂ ବ୍ୟକ୍ତିଗତ ଉପକରଣ ଚାର୍ଜ କରିବା ଦୈତ ଏସି ଭେଣ୍ଟ ଏବଂ ଦୈତ ୟୁଏସବି ପୋର୍ଟ ସହିତ ପଛ ଯାତ୍ରୀଙ୍କ ଆରାମ ଏବଂ ସୁବିଧାକୁ ମଧ୍ୟ ଦେଖାରଖା କରିଥାଏ।

ମିଡିଆ, ମନୋରଞ୍ଜନ ଏବଂ ଅଫଲାଇନ ନେଭିଗେସନ ସହିତ ସଂପୂର୍ଣ୍ଣ ଏକୀକରଣ ପାଇଁ ଅନୁମତି ଦେଇଥାଏ। ଅଧିକନ୍ତୁ, ଦୁଇଟି ଉଦ୍ଦେଶ୍ୟ ପୂରଣ କରୁଥିବା ଡିଜାଇନ ତତ୍ୱ ଟଚ ସ୍କ୍ରିନ ଅଧୀନରେ ସଞ୍ଚାଳିତ ହୋଇଥାଏ। ଏହା ବାହାର ସ୍କୋଡା ଗ୍ରୀଲ’ର ପ୍ରତିଫଳନ ଅଟେ ଏବଂ ଏହା କଚି’ର ବିଶ୍ରାମ ପାଇଁ ମଧ୍ୟ କାର୍ଯ୍ୟ କରିଥାଏ, ଯାହା ଟଚ ସ୍କ୍ରିନ ଚଳାଇବାକୁ ଉପଭୋକ୍ତା ପାଇଁ ସୁବିଧାଜନକ ଏବଂ ନିରାପଦ କରିଥାଏ।

ଯାତ୍ରୀଙ୍କ ସୁରକ୍ଷା ପାଇଁ ସ୍ଲାଭିଆ’ରେ ଅନ୍ୟାନ୍ୟ ସହିତ ଛ’ଟି ଏୟାରବ୍ୟାଗ, ଆଣ୍ଟି-ଲକ ବ୍ରେକ, ଇଲେକ୍ଟ୍ରୋନିକ ସ୍ଥିରତା ନିୟନ୍ତ୍ରଣ ରହିଛି। ଯୁବ ଯାତ୍ରୀମାନଙ୍କ ପାଇଁ ନିରାପତ୍ତା ବୃଦ୍ଧି ପାଇଁ ପଛ ସିଟରେ ଟୀଥର ପଏଣ୍ଟ ଏଙ୍କର ରହିଛି। ସ୍ୱୟଂଚାଳିତ ହେଡଲାଇଟ, ବର୍ଷା-ସେନ୍ସିଂ ୱାଇପର ଏବଂ ଟାୟାରରେ ଏୟାର ପ୍ରେସର ସେନ୍ସର ଭଳି ବୈଶିଷ୍ଟ୍ୟ ସହ ଜାରି ରହିଥିବା ବାହାର ସୁରକ୍ଷା ତତ୍ୱ ସଡକ ଅବସ୍ଥା ଏବଂ ପାଣିପାଗ ନିର୍ବିଶେଷରେ ଦୃଶ୍ୟମାନତା ଏବଂ ସୁରକ୍ଷା ବୃଦ୍ଧି କରିଥାଏ।

kalyan agarbati

Comments are closed.