ଝୁମ୍ପୁରା: ସଂପ୍ରତି ସରକାର ହାତ ପାହାନ୍ତାରେ ସମସ୍ତଙ୍କୁ ଚିକିତ୍ସା ଯୋଗାଇ ଦେବା ସହିତ ପ୍ରତି ପରିବାରଙ୍କ ନିମେନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ଭିନ୍ନ ଭିନ୍ନ ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକାରୀ କରୁଛନ୍ତି। ସରକାରଙ୍କ ଯୋଜନା ଯୋଜନା ବାଟରେ ଯାଉଛି ହେଲେ ପ୍ରକୃତ ଗରିବ ସରକାରଙ୍କ ଯୋଜନାରେ ସାମିଲ ହୋଇ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହୋଇ ରୋଗରେ ପଡି ଛଟପଟ ହେଉଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବ୍ଲକ ବଡଡୁମୁରିଆ ଗ୍ରାମର ନରହରି ନାଏକଙ୍କ ପୁଅ ଗୋବିନ୍ଦ ନାଏକ(୩୧) ର ୩ ବର୍ଷ ତଳେ ପେଟ ବଥା ଆରମ୍ଭ ହୋଇଥିଲା। ପେଟବଥା ଭଲ କରିବା ନିମନ୍ତେ ଗୋବିନ୍ଦଙ୍କୁ ଜିଲାର ବିଭିନ୍ନ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ତାର ରୋଗ ଭଲ ହୋଇନଥିଲେ। ଶେଷରେ ପରିବାର ଲୋକ ଧାର କରଜ କରିବା ସହିତ ଜମି ବନ୍ଧକ ଦେଇ ଗୋବିନ୍ଦଙ୍କୁ କଟକର ଏକ ଘରେଇ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମାନେ ପରୀକ୍ଷା କରି ଅନ୍ତନଳୀ କିଛି ଅଂଶ ଖରାପ ହୋଇଛି ଏଣୁ ଅପରେସନ କରିବା ପାଇଁ କହିଥିଲେ। ୧୨ ଫେବ୍ରୁଆରୀ ୨୦୧୯ରେ ଗୋବିନ୍ଦର ଅପରେସନ କରାଗଲା ଡାକ୍ତରଖାନାରେ କିଛିଦିନ ରୋଗୀ ରହିବା ପରେ ତାକୁ ଘରକୁ ପଠାଇ ଦେଇଥିଲେ। ୨୦୧୯ ମସିହା ଫେବ୍ରୁଆରୀ ମାସ ଠାରୁ ଅନ୍ତନଳୀର ମଇଳା ବାହାରିବା ପାଇଁ ବାହାରୀ ଥିବା ଥଳିକୁ ଆଜି ପର୍ଯ୍ୟନ୍ତ ଖୋଲା ଯାଇ ପାରିଲା ନାହିଁ। ଗୋବିନ୍ଦ ଯେଉଁ ଡାକ୍ତରଖାନାରେ ଅପରେସନ ହୋଇଥିଲେ ସେହି ଘରେଇ ଚିକିତ୍ସା କେନ୍ଦ୍ରଟି ବନ୍ଦ ହୋଇଯାଇଛି ଏବଂ ତାକୁ ଯେଉଁ ଡାକ୍ତର ଅପରେସନ କରିଛନ୍ତି ସେ ଡାକ୍ତର ରୋଗୀଙ୍କୁ ଆଉ ଚିକିତ୍ସା କରିବାକୁ ମନା କରୁଛନ୍ତି।
ଗୋବିନ୍ଦଙ୍କ ପରିବାର ପାଖରେ ଅର୍ଥ ନଥିବାରୁ ତାର ଉପଯୁକ୍ତ ଚିକିତ୍ସା କରି ପାରୁ ନାହାନ୍ତି। ପରିବାର ଲୋକ ନିକଟରେ ରହିଥିବା ସରକାରୀ ଡାକ୍ତରଖାନାକୁ ନେଇ ଅପରେସନ କରିବା ସମୟରେ ବାହାରେ ଲାଗିଥିବା ଥଳିକୁ ପରିବର୍ତ୍ତନ କରିବାକୁ ଡାକ୍ତରମାନଙ୍କୁ କହିଲେ ଡାକ୍ତର ମାନେ କଟକ ନଚେତ ଭୂବନେଶ୍ୱରରେ ଥିବା ବଡ ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଉଛନ୍ତି। ଗୋବିନ୍ଦଙ୍କ ପରିବାର ପାଖରେ ବର୍ତ୍ତମାନ ପରିବାର ଚଳିବା ନିମନ୍ତେ ଅର୍ଥ ନଥିବା ବେଳେ କିପରୀ ଗୋବିନ୍ଦକୁ ବଡଡାକ୍ତରଖାନାରେ ନେଇ ଚିକିତ୍ସା କରିବେ ବୋଲି ଚିନ୍ତାରେ ପଡି ଯାଇଛନ୍ତି। ଗୋବିନ୍ଦଙ୍କ ସ୍ତ୍ରୀ ଚନ୍ଦ୍ରିକା ନାଏକ ତା ସ୍ୱାମୀର ଚିକିତ୍ସା ନିମନ୍ତେ ମାନ୍ୟଗଣ୍ୟ ବ୍ୟକ୍ତି ଠାରୁ ଆରମ୍ଭ କରି ନେତା.ବିଧାୟକଙ୍କ ପାଖକୁ ଯାଇ କାକୁତୀ ମିନତୀ ହୋଇ ଗୁହାରୀ କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗୋବିନ୍ଦର ଚିକିତ୍ସା ନିମନ୍ତେ କୌଣସି ସହୃଦୟ ବ୍ୟକ୍ତି ତାଙ୍କ ଜୀବନ ରକ୍ଷା ନିମନ୍ତେ ଅର୍ଥ ଦାନ କରିବା ପାଇଁ ଆଗେଇ ଆସୁନଥିବା ଗୋବିନ୍ଦର ସ୍ତ୍ରୀ କୋହଭରା କଣ୍ଠରେ କହିଛନ୍ତି। ଘରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ବିଛଣାରେ ପଡିଥିବାରୁ ତାରୋଜଗାର ଉପରେ ନିର୍ଭର କରୁଥିବା ୫ ପ୍ରାଣୀ ଆଜି ଅତି କଷ୍ଠରେ ଦିନ କାଟୁଛନ୍ତି। ଗୋବିନ୍ଦଙ୍କ ଚିକିତ୍ସା ନିମନ୍ତେ ଜିଲାପାଳ ସ୍ୱତନ୍ତ ଦୃଷ୍ଟି ଦେବାକୁ ଗୋବିନ୍ଦର ସ୍ତ୍ରୀ ଜିଲା ପ୍ରଶାସନ ଠାରେ ଗୁହାରୀ କରିଛନ୍ତି।



