www.samajalive.in
Sunday, December 14, 2025
23.1 C
Bhubaneswar

ବରିଷ୍ଠ ନାଗରିକ ନିବାସରୁ ବିଦେଶୀ ନାଗରିକଙ୍କୁ ବିଦାୟ ସମ୍ବର୍ଦ୍ଧନା

ବାଙ୍କୀ: ବାଙ୍କୀ ଆଂଚଳିକ ଆଦିବାସୀ ହରିଜନ କଲ୍ୟାଣ ପରିଷଦ ପରିଚାଳନାରେ କୁଶପଙ୍ଗି ପଞ୍ଚାୟତର ଇନ୍ଦୁମତି ପାଟଣା ଠାରେ ଚାଲିଥିବା ବରିଷ୍ଠ ନାଗରିକ ନିବାସରେ ଅଗଷ୍ଟ ମାସ ୨୭ ତାରିଖରେ ଜଣେ ୭୧ ବର୍ଷ ବୟସ୍କ ବିଦେଶୀ ନେପାଳର ନାଗରିକଙ୍କୁ ଆଶ୍ରୟ ସ୍ଥଳୀରେ ରଖା ଯାଇଥିବା ସମ୍ପର୍କରେ ଅନୁଷ୍ଠାନର ସମ୍ପାଦକ କେଶବ ଚନ୍ଦ୍ର ବେହେରା କହିଛନ୍ତି। ଗତ ୨୬ ତାରିଖ ଦିନ ଆଠଗଡ ପୋଲିସ ଦ୍ୱାରା ନେପାଳର ବରିଷ୍ଠ ନାଗରିକ ସ୍ଥାନୀୟ ଗୋପୀନାଥପୁର ଅଂଚଳରେ ମାନସିକ ଭାରାକ୍ରାନ୍ତ ହୋଇ ବୁଲୁଥିବାର ଖବର ଶୁଣି ତାଙ୍କୁ ଉଦ୍ଧାର କରି ଏହି ବରିଷ୍ଠ ନାଗରିକ ନିବାସରେ ବାଙ୍କୀ ପୋଲିସ ସହାୟତାରେ ଆଶ୍ରୟ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ଶ୍ରୀ ବେହେରା ଏବଂ କାର୍ଯ୍ୟରତ କର୍ମଚାରୀ ମାନଙ୍କର ଉଦ୍ୟମରେ ନେପାଳର ଯନୈକ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ସାମାଜିକ ଗଣମାଧ୍ୟମ ଜରିଆରେ ପରିବାର ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହୋଇପାରିଛି। ଆଶ୍ରୟ ନେଇଥିବା ନେପାଳର ବରିଷ୍ଠ ନାଗରିକ ସ୍ୱାତୀଲାଲ୍ ସଦାଙ୍କ ପୁଅ ବୈଜନାଥ ସଦା(୭୧)। ପରିବାର ଲୋକ ଖବର ପାଇ ବୈଜନାଥଙ୍କ ବଡପୁଅ ଚନ୍ଦନ ସଦା ଓ ସାନପୁଅ ନନ୍ଦନ ସଦା ଇନ୍ଦୁମତି ପାଟଣା ସ୍ଥିତ ବରିଷ୍ଠ ନାଗରିକ ନିବାସରେ ପହଁଚି ନିଜ ବାପାଙ୍କୁ ଚିହ୍ନିବା ସହ ସମସ୍ତଙ୍କର ପରିଚୟ ପତ୍ରଦାଖଲ କରି କେନ୍ଦ୍ରରୁ ବାପାଙ୍କୁ ନେଇଛନ୍ତି।

 

- Advertisement -

ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସମ୍ପାଦକ କେଶବ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ବିଦେଶୀ ନେପାଳ ନାଗରିକ ବୈଜନାଥଙ୍କ ପାଇଁ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ନିବାସରେ ଆଶ୍ରୟ ନେଇଥିବା ସମସ୍ତ ବରିଷ୍ଠ ନାଗରିକ ମାନେ ବିଦେଶୀଙ୍କୁ ବନ୍ଦପନା କରି ଫୁଲ ଓ ଉତ୍ତରୀୟ ପ୍ରଦାନ କରି ବିଦାୟ ଜଣାଇଛନ୍ତି। ଦୁଇ ପୁତ୍ରଙ୍କ ସୂଚନା ଅନୁଯାଇ ୬ବର୍ଷ ତଳେ ପିତା ଏକ ତୀର୍ଥଯାତ୍ରୀ ଦଳ ସହ ବିହାର ରାଜ୍ୟକୁ ପରିଭ୍ରମଣରେ ଆସି ଘରକୁ ଫେରିନଥିଲେ। ସେହି ଦିନ ଠାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ କୈାଣସି ପତା ମିଳିନଥିଲା। ଅନୁଷ୍ଠାନର ଏଭଳି ସାମାଜିକ ଓ ମାନବିକ କାର୍ଯ୍ୟ ପାଇଁ ଅଂଚଳର ବହୁ ବୁଦ୍ଧିଜୀବି ଅନୁଷ୍ଠାନର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ରବିବାର ଦିନ ସକାଳେ ନିଜ ଦୁଇ ପୁଅଙ୍କ ସହ ନେପାଳ ଫେରିବାର ବ୍ୟବସ୍ଥା ଥିବା ସମ୍ପର୍କରେ ସମ୍ପାଦକ ଶ୍ରୀ ବେହେରା କହିଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories