www.samajalive.in
Sunday, December 7, 2025
14.1 C
Bhubaneswar

ଗୁଣ୍ଡୁଣିଆଁ ସରପଞ୍ଚ ଉପନିର୍ବାଚନ ଫଳ ଘୋଷିତ, ଶ୍ରୀଧର ମୁଣ୍ଡା ନିର୍ବାଚିତ

ଝୁମ୍ପୁରା: ଝୁମ୍ପୁରା ବ୍ଲକର ଗୁଣ୍ଡୁଣିଆ ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ମେ’ ୨ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ହୋଇଥିବା ନିର୍ବାଚନର ଭୋଟ ଗଣତି ମେ’ ୪ ଗୁରୁବାର ଦିନ ସକାଳ ୮ଟାରେ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟାରେ ଶେଷ ହୋଇଥିବା ଜଣାଯାଇଛି। ଏହି ସରପଞ୍ଚ ଉପ ନିର୍ବାଚନରେ ସମୁଦାୟ ୪ ଜଣ ପ୍ରାର୍ଥୀ ରହିଥିଲେ। ଶ୍ରୀଧର ମୁଣ୍ଡା ଏବଂ ହରେକୃଷ୍ଣ ମୁଣ୍ଡାଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା। ହରେକୃଷ୍ଣ ମୁଣ୍ଡାଙ୍କୁ ସନାସେନା ଏବଂ ବିଜେପି ଦଳ ପକ୍ଷରୁ ସମର୍ଥନ ମିଳିଥିବା ବେଳେ ଶ୍ରୀଧର ମୁଣ୍ଡାକୁ ବିଜେଡି ପକ୍ଷରୁ ସମର୍ଥନ ମିଳିଥିଲା। ଏହି ଉପନିର୍ବାଚନରେ ଫଳାଫଳ ସରକାରୀ ଭାବେ ଘୋଷିତ ହେବା ପରେ ଜଣାପଡ଼ିଥିଲା ଯେ, ବୁଦ୍ଧଦେବ ମୁଣ୍ଡାଙ୍କୁ ସମୁଦାୟ ୦୨ ଖଣ୍ଡ ଭୋଟ ମିଳିଥିବା ବେଳେ ଶ୍ରୀଧର ମୁଣ୍ଡାଙ୍କୁ ୯୮୭ ଖଣ୍ଡ ଭୋଟ ମିଳିଛି। ସେହିପରି ହରେକୃଷ୍ଣ ମୁଣ୍ଡାଙ୍କୁ ସମୁଦାୟ ୮୮୯ ଖଣ୍ଡ ଭୋଟ ମିଳିଥିବା ବେଳେ ଲଛମନ ମୁଣ୍ଡାଙ୍କୁ ସମୁଦାୟ ୩ ଖଣ୍ଡ ଭୋଟ ମିଳିଥିଲା। ଶ୍ରୀଧର ମୁଣ୍ଡା ହରେକୃଷ୍ଣ ମୁଣ୍ଡାଙ୍କୁ ୯୮ଖଣ୍ଡ ଭୋଟରେ ପରାସ୍ତ କରି ଗୁଣ୍ଡୁଣିଆଁ ପଞ୍ଚାୟତର ନୂତନ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ସମ୍ପର୍କରେ ସରକାରୀ ଘୋଷଣା କରାଯାଇଛି। ବିଜେଡି ସମର୍ଥିତ ଶ୍ରୀଧର ମୁଣ୍ଡାଙ୍କୁ ବ୍ଲକ ପ୍ରଶାସନ ସରପଞ୍ଚ ଭାବେ ଘୋଷଣା କରିବା ପରେ ଝୁମ୍ପୁରା ବିଜୁ ଜନତା ଦଳ ତରଫରୁ ନୂତନ ସରପଞ୍ଚ ଶ୍ରୀଧର ମୁଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିବା ଦେଖିବାକୁ ମିଳିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories