କାଉଁରୀକଳା ବଣସାହି ବାସିନ୍ଦାଙ୍କ ଉଖୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତର କାଉଁରୀକଳା ବଣସାହିର ୭୦ରୁ ଊର୍ଦ୍ଧ୍ବ ପରିବାର ମଙ୍ଗଳବାର ଉଖୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ସାହି ବାସିନ୍ଦାଙ୍କ ଅଭିଯୋଗ ରହିଛି ଯେ, ତାଙ୍କ ସାହିରେ ବର୍ତ୍ତମାନ ୭୦ରୁ ଊର୍ଦ୍ଧ୍ବ ବିଦ୍ୟୁତ ଗ୍ରାହକ ରହିଛନ୍ତି। ସାହି ବାସିନ୍ଦାଙ୍କ ନିମନ୍ତେ ବିଦ୍ୟୁତ ସଂଯୋଗ ହୋଇଛି ସତ କିନ୍ତୁ ଉପଭୋକ୍ତା ଅନୁସାରେ କମ ଶକ୍ତିଶାଳୀ ବିଦ୍ୟୁତ ଟ୍ରାନ୍ସଫର୍ମର ଏଠାରେ ଲଗାଯାଇଛି। ଯାହା ଫଳରେ ବାରମ୍ବାର ଟ୍ରାନ୍ସଫର୍ମର ପୋଡି ଯାଉଛି। କିଛି ମାସ ମଧ୍ୟରେ ୪ଟି ଟ୍ରାନ୍ସଫର୍ମର ପୋଡି ଯାଇଛି। ୨୦ ଦିନ ତଳେ ଲାଗିଥିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି ପୋଡି ଯାଇଥିଲା। ସାହି ବାସିନ୍ଦା ବିଦ୍ୟୁତ୍‌‌ ବିଭାଗର ନିୟମ ଅନୁସାରେ ସମସ୍ତ ବାକିଆ ବିଲ ପୈଠ କରିଛନ୍ତି କିନ୍ତୁ ବିଦ୍ୟୁତ୍‌‌ ବିଭାଗ ତରଫରୁ ଟ୍ରାନ୍ସଫର୍ମର ଯୋଗାଯାଉ ନାହିଁ ଯାହା ଫଳରେ ସାହିବାସିନ୍ଦା ଅନ୍ଧାର ଘେରରେ ରହିଛିନ୍ତି। ଏପଟେ ପଞ୍ଚାୟତ ଗୁଡିକରେ ଆଉ ରିହାତି ଦରରେ କିରୋସିନ ମିଳୁନାହିଁ କିମ୍ବା ଖୋଲା ବଜାରେ ମଧ୍ୟ କିରାସିନି ମିଳୁ ନଥିବାରୁ ଏହି ସାହି ବାସିନ୍ଦା ସନ୍ଧ୍ୟା ହେଲେ ଅନ୍ଧାର ଘେରର ରହୁଛନ୍ତି। ସାହି ବାସିନ୍ଦା ଅନ୍ଧାରରେ ରହୁଛନ୍ତି। ପୁଣି ମଝିରେ ମଝିରେ ହାତୀ ଆସୁଥିବାରୁ ସାହି ବାସିନ୍ଦାଙ୍କ ପାଇଁ ବିଦ୍ୟୁତ ଆଲୁଅ ନିତାନ୍ତ ଆବଶ୍ୟକ ହେଉଛି। ପୋଡି ଯାଇଥିବା ଟ୍ରାନ୍ସଫର୍ମରକୁ ବଦଳାଯାଇ ସେଠାରେ ନୂତନ ଟ୍ରାନ୍ସଫର୍ମର ଲଗାଇବା ପାଇଁ ସାହି ବାସିନ୍ଦା ବାରମ୍ବାର ଉଖୁଣ୍ଡା ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଅବଗତ କରି ଆସୁଥିଲେ ମଧ୍ୟ ବିଦ୍ୟୁତ୍‌‌ ବିଭାଗର ଅଧିକାରୀମାନେ ଦିନ ଗୋଡାଇ ଚାଲିଥିବାରୁ ସାହି ବାସିନ୍ଦା ବାଧ୍ୟ ହୋଇ ଉଖୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି।

prayash

ଆଜି ସାହିରେ ବିଦ୍ୟୁତ ଟ୍ରାନ୍ସଫର୍ମର ଲଗା ନଗଲେ ସାହି ବାସିନ୍ଦା ବିଦ୍ୟୁତ୍‌‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବସି ରହିବେ ବୋଲି ସାହି ବାସିନ୍ଦା ଗୋଲାପ ପାତ୍ର, ପ୍ରମିଳା ମହାନ୍ତ, ରେଣୁକା ମୁଣ୍ଡା, ଗୁରୁବାରୀ ମୁଣ୍ଡା, କୌତୁକ ପାତ୍ର, ମୀନା ମୁଣ୍ଡା, ବାସନ୍ତି ପାତ୍ର, ଦଶମା ମୁଣ୍ଡା, ଲକ୍ଷ୍ମୀପ୍ରିୟା ମୁଣ୍ଡା, ରୀନା ମୁଣ୍ଡା, ବିଳାଶ ପାତ୍ର,ପାନ ମୁଣ୍ଡା, ସୋମବାରୀ ପାତ୍ର, କୁନି ମୁଣ୍ଡା, ଲଳିତା ପାତ୍ର, ମାଳତି ମୁଣ୍ଡା, କ୍ଷୀରୋଦ ମହାନ୍ତ, ଦୟାନିଧି ପାତ୍ର, ପ୍ରମୋଦ ପାତ୍ର, ଗୌତମ ମହାନ୍ତ, ସିପୁନ ପାତ୍ର, ରବି ମୁଣ୍ଡା, ନରୋତ୍ତମ ମୁଣ୍ଡା, ବିକାଶ କୁମାର ପାତ୍ର ପ୍ରମୁଖ ଦାବି କରିଛନ୍ତି। ସାହି ବାସିନ୍ଦା ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଥିବା ସମ୍ପର୍କରେ ବାରିଆ ଥାନା ଅଧିକାରିଣୀ ବନ୍ଦନା ପାତ୍ର ଖବର ପାଇ ସଦଳେ ବଳେ ବିଦ୍ୟୁତ କାର୍ଯ୍ୟାଳୟରେ ପହଞ୍ଚି ସାହି ବାସିନ୍ଦା ଏବଂ ବିଦ୍ୟୁତ ବିଭାଗର ଅଧିକାରୀ ନିହାର ମଲ୍ଲିକଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରିବା ଥିଲେ। ବିଦ୍ୟୁତ ବିଭାଗୀୟ ଅଧିକାରୀ ଦୁଇ ଦିନ ଭିତରେ ଟ୍ରାନ୍ସଫର୍ମର ଯୋଗାଇ ଦେବାକୁ ପ୍ରତିଶୃତି ଦେବା ପରେ ସାହିବାସିନ୍ଦା ନିଜ ସାହିକୁ ଫେରି ଯାଇଥିଲେ। ସାହି ବାସିନ୍ଦା ବିଦ୍ୟୁତ ବିଭାଗକୁ ଚେତାବନୀ ଦେଇଛନ୍ତି ଦୁଇଦିନ ମଧ୍ୟରେ ବିଦ୍ୟୁତ ଟ୍ରାନ୍ସଫର୍ମର ନଲାଗିରେ ଉପଖଣ୍ଡ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ବିଦ୍ୟୁତ ବିଭାଗକୁ ଚେତାବନୀ ଦେଇଛନ୍ତି।

kalyan agarbati

Comments are closed.