www.samajalive.in
Saturday, December 13, 2025
18.1 C
Bhubaneswar

ସରିଲା ଝାରସୁଗୁଡ଼ା ପ୍ରଚାର, ବୁଧବାର ଭୋଟ

ଭୁବନେଶ୍ବର : ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ରାଜନୈତିକ ଦଳ ଗୁଡ଼ିକ ପକ୍ଷରୁ ପ୍ରଚାର ଶେଷ ହୋଇଛି। ୨୦ ଦିନ ଧରି ଚାଲିଥିବା ଘମାଘୋଟ ପ୍ରଚାର ଶେଷ ହୋଇଥିବାବେଳେ ଶେଷ ଦିନରେ ପ୍ରାର୍ଥୀମାନେ ଘରଘର ବୁଲି ଦଳୀୟ କର୍ମୀଙ୍କ ସହ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ଆସନ୍ତା ବୁଧବାର ୧୦ତାରିଖ ସକାଳ ୭ଟାରୁ ଭୋଟ ଗ୍ରହଣ କରାଯିବ। ଅବାଧ ଏବଂ ନିରପେକ୍ଷ ଭୋଟ ଗ୍ରହଣ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତି ସରିଛି। ଇଭିଏମ୍ ଯନ୍ତ୍ର, ନିର୍ବାଚନ ସାମଗ୍ରୀ ନେଇ ମତଦାନ କେନ୍ଦ୍ର ମୁହାଁ ହୋଇଛନ୍ତି ପୁଲିଂ ଦଳ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୋଟ ୨୫୩ଟି ବୁଥରୁ ୨୨୭ଟି ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ରହିଛି। ୨୬ଟି ବୁଥକୁ ପିଙ୍କ ବୁ୍‌ଥ କରାଯାଇଥିବା ବେଳେ ପ୍ରତ୍ୟେକ ବୁଥରେ ୪ ପୁଲିଂ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ୨୪ଟି ଦଳ ଓ ୯୬ଜଣ ପୁଲିଂ ଅଧିକାରୀଙ୍କୁ ସଂରକ୍ଷିତ ଭାବେ ରଖାଯାଇଛି। ସୋମବାର ସନ୍ଧ୍ୟା ୬ଟା ପରଠୁ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ବାହାର ଯେ କୌଣସି ରାଜନୀତିକ ଦଳର ସଦସ୍ୟ, ତାରକା ପ୍ରଚାରକଙ୍କୁ ସମ୍ପୃକ୍ତ ଅଞ୍ଚଳ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି। ମୋଟ୍ ୨୫୩ଟି ବୁଥରେ ୨ଲକ୍ଷ ୨୧ହଜାର ୭୧୯ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଆଜି ସନ୍ଧ୍ୟା ୬ଟାରୁ ୧୦ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅତିଥିଭବନ, ହୋଟେଲ, ଗୋଷ୍ଠୀକେନ୍ଦ୍ର ଆଦିରେ ଯାଞ୍ଚ କରାଯିବ। ୪୮ଘଣ୍ଟା ପର୍ଯ୍ୟନ୍ତ ସମଗ୍ର ନିର୍ବାଚନ ମଣ୍ଡଳୀରେ ମଦ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଭୋଟ ଗ୍ରହଣ ଦିନ ସକାଳ ୭ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଜନମତ ସର୍ବେକ୍ଷଣ ରିପୋର୍ଟ ପ୍ରକାଶନ କରାଯାଇ ପାରିବ ନାହିଁ।
ନିର୍ବାଚନ ମଣ୍ଡଳୀର ୧୯୭ଟି ସ୍ଥାନରେ ମୋଟ ୨୫୩ଟି ବୁଥ ରହିଛି। ଯେଉଁଥିରୁ ୧୧୬ଟି ବୁଥକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ସମସ୍ତ ୨୫୩ ବୁଥରେ ୱେବକାଷ୍ଟିଂର ବ୍ୟବସ୍ଥା ହୋଇଛି। ୬୯ଟି ଅଣୁ ପର୍ଯ୍ୟବେକ୍ଷକ (ମାଇକ୍ରୋ ଅବଜରଭର) ମୁତୟନ କରାଯାଇଛି। ଆଇନ ଶୃଙ୍ଖଳା ପାଇଁ ମୋଟ ୧୫୫ ପୁଲିସ ଅଧିକାରୀ, ୧୭ ପ୍ଲାଟୁନ୍‌ ସଶସ୍ତ୍ର ପୁଲିସ, ୩୨୩ ହାବିଲଦାର ଓ କନେଷ୍ଟବଳ ଓ ୨୦୫ ହୋମଗାର୍ଡଙ୍କୁ ମିଶାଇ ମୋଟ ୧୮୧୪ ପୁଲିସ କର୍ମୀଙ୍କ ସମେତ ୭ କମ୍ପାନୀ କେନ୍ଦ୍ରୀୟ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହି କେନ୍ଦ୍ରୀୟ ଫୋର୍ସ ୧୪୪ଟି ବୁଥ ଦାୟିତ୍ୱରେ ରହିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories