୧୯ରୁ ନ୍ୟାୟାଧିକରଣଙ୍କ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ସମାଧାନ ଲାଗି ନ୍ୟାୟାଧିକରଣ (ଟ୍ରାଇବୁନାଲ)ଅଧ୍ୟକ୍ଷ ବିଚାରପତି ଏ.ଏମ୍‌. ଖାଣ୍ଡୱିଲକରଙ୍କ ନେତୃତ୍ୱରେ ବିଚାରପତି ରବି ରଞ୍ଜନ ଏବଂ ବିଚାରପତି ଇନ୍ଦରମିତ କୌର କୋଚ୍ଚରଙ୍କ ତିନି ଜଣିଆ ଦଳ ଓଡ଼ିଶାରେ ମହାନଦୀ ଅବବାହିକା କ୍ଷେତ୍ର ପରିଦର୍ଶନ ଲାଗି ମେ’ ୧୯ (ଶୁକ୍ରବାର) ଭୁବନେଶ୍ୱରରେ ପହଞ୍ଚିବେ। ପୂର୍ବରୁ ମେ’ ୧୦ରେ ଟ୍ରାଇବୁନାଲଙ୍କ ତିନି ଜଣିଆ ବିଚାରପତି ଦଳଙ୍କ ଓଡ଼ିଶାରେ ମହାନଦୀ ଅବବାହିକା କ୍ଷେତ୍ର ପରିଦର୍ଶନ ଲାଗି ସ୍ଥିର ହୋଇଥିଲା। ଛତିଶଗଡ଼ ଗସ୍ତ ସମୟରେ ଟ୍ରାଇବୁନାଲ ଅଧ୍ୟକ୍ଷ ବିଚାରପତି ଏ.ଏମ୍‌. ଖାଣ୍ଡୱିଲକର ଅସୁସ୍ଥ ହୋଇପଡ଼ିବାରୁ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଛି। ଟ୍ରାଇବୁନାଲ ଦୁଇଟି ପର୍ଯ୍ୟାୟରେ ଓଡ଼ିଶାରେ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।

Comments are closed.