www.samajalive.in
Friday, December 12, 2025
15.1 C
Bhubaneswar

ଗୋପାଳ କୃଷ୍ଣ ଗୋଖଲେ

ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ମହାନ୍ କର୍ଣ୍ଣଧାର ଗୋପାଳ କୃଷ୍ଣ ଗୋଖଲେ ୧୮୬୬ ମେ ୯ରେ ମହାରାଷ୍ଟ୍ରର ରତ୍ନଗିରି ଜିଲାରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ତାଙ୍କ ବିଚକ୍ଷଣ ମେଧାଶକ୍ତିର ପ୍ରତିଭା ବିଷୟରେ ଶିକ୍ଷକମାନେ ଜାଣିପାରିଥିଲେ। ସ୍ବାଭିମାନୀ ଗୋପାଳ କୃଷ୍ଣ ମାତ୍ର ୧୮ ବର୍ଷ ବୟସରେ ଗ୍ରାଜୁଏଟ୍, ୨୦ ବର୍ଷ ବୟସରେ ଅଧ୍ୟାପକ, ୨୯ ବର୍ଷ ବୟସରେ ଦେଶରେ ଜାତୀୟ କଂଗ୍ରେସର ସମ୍ପାଦକ ହୋଇଥିଲେ। ତାଙ୍କ ଉଦ୍ୟମରେ ପୁନେଠାରେ ୧୯୦୫ ମସିହାରେ ‘ସର୍ଭେଣ୍ଟସ୍ ଅଫ୍ ଇଣ୍ଡିଆନ୍ ସୋସାଇଟି’ ପ୍ରତିଷ୍ଠା ହେଲା। ସେହିବର୍ଷ ଭାରତୀୟଙ୍କ ସାମ୍ବିଧାନିକ ଦାବି ସମ୍ପର୍କରେ ବ୍ରିଟିଶ ନେତାଙ୍କୁ ଜଣାଇବା ପାଇଁ ଗୋଖଲେ ଇଂଲଣ୍ଡ ଯାତ୍ରା କଲେ। ଗୋପାଳ କୃଷ୍ଣ ଜଣେ ଉଦାର ନେତା ଥିଲେ, କିନ୍ତୁ ବ୍ରିଟିଶ୍ ସରକାରଙ୍କ ବି​‌େର​‌ାଧରେ ଜନତାଙ୍କୁ ଜାଗ୍ରତ କରିବାରେ ସେ ଅନ୍ୟତମ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଜଣେ ସମାଜ ଓ ରାଜନୈତିକ ସଂସ୍କାରକ ଭାବେ ତାଙ୍କର ସୁଖ୍ୟାତି ରହିଥିଲା। ଅହିଂସା ଓ ସଂସ୍କାର ଭଳି ଦୁଇଟି ନୀତିକୁ ସେ ସର୍ବଦା ଗ୍ରହଣ କରିଆସିଥିଲେ। ଦେଶସେବାରେ ନିଜକୁ ବ୍ରତୀ କରିଥିବା ଗୋପାଳ କୃଷ୍ଣ ଗୋଖଲେଙ୍କ ପରଲୋକ ୧୯୧୫ ଫେବୃୟାରୀ ୧୯ରେ ଘଟିଥିଲା।

ଦାମୋଦର ସାହୁ

- Advertisement -

ହିନ୍ଦ୍ ସେବକ ସଂଘ, କଟକ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories