www.samajalive.in
Monday, December 15, 2025
26.1 C
Bhubaneswar

ଜିଲାପାଳ ନାଚାର, ଗେଟ୍‍ ଖୋଲିଲାନି ସୁରକ୍ଷା କର୍ମୀ

ଝାରସୁଗୁଡ଼ା: ଏକ ଅଭାବନୀୟ ଘଟଣାକ୍ରମରେ ଅବହେଳିତ ଅବସ୍ଥାରେ ଥିବା ଏକ ନିଦାନ କେନ୍ଦ୍ରର ତଦାରଖ ପାଇଁ ଯାଇଥିବା ଜିଲାପାଳଙ୍କୁ ଭିତରକୁ ଛାଡ଼ିଲାନି ଘରୋଇ ସୁରକ୍ଷା କର୍ମୀ। ଗେଟର ତାଲା ନଖୋଲିବାରୁ ପ୍ରାୟ ଅଧ ଘଣ୍ଟା ଅପେକ୍ଷା ପରେ ଫେରିଗଲେ ଜିଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ। ଏହି ଘଟଣା ସୋମବାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ଜନଶୁଣାଣୀ ସମୟରେ ଲୋକଙ୍କ ଅଭିଯୋଗ ପରେ ଅବହେଳିତ ଅବସ୍ଥାରେ ଥିବା ଲଇକେରା ବ୍ଳକ୍‌ର ଏକ ନିଦାନ କେନ୍ଦ୍ର (ଡାଇଗ୍ନୋଷ୍ଟିକ୍‌ ସେଣ୍ଟର)ର ସ୍ଥିତି ପରଖିବାକୁ ଯାଇଥିବା ଝାରସୁଗୁଡ଼ା ଜିଲାପାଳ ମୁଣାଳ ମୋତିରାମ ଚହ୍ବାଣଙ୍କୁ ଏଭଳି ପରିସ୍ଥିତିର ସାମନା କରିବାକୁ ପଡିଛି। ୨୦୨୧-୨୨ରେ ତତ୍କାଳୀନ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଉଦ୍ୟମରେ ଲଇକେରା ବ୍ଲକ୍୍‌ରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ବେଦାନ୍ତ ସହଯୋଗରେ ଏକ ନିଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଏ ବାବଦରେ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ନମୁନା ସଂଗ୍ରହ ଓ ପରୀକ୍ଷା ପାଇଁ କୃଷ୍ଣା ଡାଇଗ୍ନୋଷ୍ଟିକ ନାମକ ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା। ଏଠାରେ ୧୪୬ ପ୍ରକାର ବିଭିନ୍ନ ପରୀକ୍ଷାର ସୁବିଧା ରହିଥିଲା। ଏଥିପାଇଁ ବିଭିନ୍ନ ଯନ୍ତ୍ରପାତି ମଧ୍ୟ ରଖାଯାଇଥିଲା; ​‌େ​‌ତବେ ମାତ୍ର ଗୋଟିଏ ବର୍ଷ ଚାଲିବା ପରେ ଏହା ବନ୍ଦ ହୋଇଯାଇଥିଲା। ରୋଗୀ ନ ଆସିବାରୁ ଏହାକୁ ବନ୍ଦ କରାଗଲା ବୋଲି ଉକ୍ତ ସଂସ୍ଥା କହିଥିଲା।

- Advertisement -

ଦୀର୍ଘଦିନ ବନ୍ଦ ରହିବାରୁ କୃଷ୍ଣା ଡାଇଗ୍ନୋଷ୍ଟିକ ଏଠାରୁ ଯନ୍ତ୍ରପାତି ନେଇଯିବା ସହ କର୍ମଚାରୀଙ୍କୁ ବାହାର କରିଦେଲା। ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଗଲେ, ଲୋକେ ଉପକୃତ ହୁଅନ୍ତେ ବୋଲି ସେମାନେ ଜିଲାପାଳଙ୍କୁ ନିବେଦନ କରିଥିଲେ। ଜନଶୁଣାଣି ପରେ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ କଥିତ ନିଦାନ କେନ୍ଦ୍ରର ସ୍ଥିତି ତଦାରଖ ପାଇଁ ସେଠାକୁ ଯାଇଥିଲେ। ବିଚିତ୍ର କଥା ଯେ ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ସିକ୍ୟୁରିଟ୍ ଗାର୍ଡ କେନ୍ଦ୍ରର ଫାଟକ ଖୋଲିନଥିଲା। ସୁରକ୍ଷା କର୍ମୀ କାହାକୁ ମୋବାଲଇ ଫୋନରେ ପଚାରିଥିଲା ଓ ସେ ଅନୁମତି ନଦେବାରୁ ଗେଟ ଖୋଲିନଥିବା କୁହାଯାଇଛି।

 

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories