www.samajalive.in
Friday, December 5, 2025
20.1 C
Bhubaneswar

ବିସିସିଆଇ ସହ ୩୫୮କୋଟି ଟଙ୍କାର ଚୁକ୍ତି ବାତିଲ କଲା ଡ୍ରିମ୍‌୧୧: ମୁଖ୍ୟ ପ୍ରାୟୋଜକ ଖୋଜା ଆରମ୍ଭ

ମୁମ୍ବଇ: କିଛିଦିନ ତଳେ ସଂସଦର ଉଭୟ ଗୃହରେ ଅନ୍‌ଲାଇନ୍ ଗେମିଙ୍ଗ୍‌ ପ୍ରୋତ୍ସାହନ ଓ ନିୟାମକ ବିଧେୟକ ପାରିତ ହୋଇଯାଇଛି। ଫଳରେ ଦେଶର ସବୁଠାରୁ ବଡ଼ ଅନ୍‌ଲାଇନ୍ ଗେମିଙ୍ଗ୍‌ ଆପ୍‌ ଡ୍ରିମ୍‌୧୧ ଉପରେ ଯେପରି ବଜ୍ର ପଡ଼ିଛି। ପ୍ରତ୍ୟହ କୋଟିକୋଟି ଲୋକ ଡ୍ରିମ୍‌୧୧ ଆପ୍‌ରେ ଅର୍ଥ ବାଜି ଲଗାଇ ଦଳ ଗଠନ କରୁଥିଲେ ଏବଂ ସେମାନେ ଗଢ଼ିଥିବା ଦଳର ପ୍ରଦର୍ଶନ ଭିତ୍ତିରେ ଅର୍ଥ ଆୟ କରୁଥିଲେ। ଫଳରେ ଦୈନିକ କୋଟିକୋଟି ଟଙ୍କା ଡ୍ରିମ୍‌୧୧ ଆୟ କରୁଥିଲା। ଦିନକୁ ଦିନ ଡ୍ରିମ୍‌୧୧ର ଲୋକପ୍ରିୟତା ବଢ଼ିବା ସହ ଏହାର ଆୟ ବହୁଗୁଣ ହୋଇ ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଡ୍ରିମ୍‌୧୧ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରାୟୋଜକ ହୋଇଥିଲା। ୨୦୨୩ରୁ ୨୦୨୬- ଏହିପରି ୩ ବର୍ଷ ଲାଗି ୪୪ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୩୫୮ କୋଟି ଟଙ୍କା) ବିସିସିଆଇକୁ ଦେବା ଲାଗି ଡ୍ରିମ୍‌୧୧ ଚୁକ୍ତି କରିଥିଲା। ହେଲେ ଅନ୍‌ଲାଇନ୍ ଗେମିଙ୍ଗ୍‌ ପ୍ରୋତ୍ସାହନ ଓ ନିୟାମକ ବିଧେୟକ ପାରିତ ହେବା ପରେ କୌଣସି ଅନ୍‌ଲାଇନ ଗେମ୍‌ରେ ଅର୍ଥ ଖଟାଇବା ସମ୍ପୂର୍ଣ୍ଣ ବାସନ୍ଦ ହୋଇଯାଇଛି। ଏପରି କ୍ଷେତ୍ରରେ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରାୟୋଜକ ରହିବାକୁ ଡ୍ରିମ୍‌୧୧ ଅକ୍ଷମତା ପ୍ରକାଶ କରିଛି।

ନିକଟରେ ଡ୍ରିମ୍‌୧୧ର ଅଧିକାରୀ ମୁମ୍ବଇସ୍ଥିତ ବିସିସିଆଇ ମୁଖ୍ୟ କାର୍ଯ୍ୟାଳୟକୁ ଯାଇ ସିଇଓ ହେମାଙ୍ଗ ଅମିନ୍‌ଙ୍କୁ ଭେଟି ଭାରତୀୟ ଦଳର ମୁଖ୍ୟ ପ୍ରାୟୋଜକରୁ ଓହରିଯିବା କଥା ଜଣାଇ ଦେଇଥିଲେ। ସରକାର ପ୍ରଣୟନ କରିଥିବା ନିୟମ ଯୋଗୁଁ ପ୍ରାୟୋଜକ ଭାବେ ଜାରିରହିବା ଡ୍ରିମ୍‌୧୧ ପାଇଁ ଅସମ୍ଭବ ଥିବାରୁ ଏହା ଓହରିବାକୁ ବାଧ୍ୟହୋଇଛି। ତେଣୁ ବିସିସିଆଇକୁ ଡ୍ରିମ୍‌୧୧ କୌଣସି କ୍ଷତିପୂରଣ ଦେବାକୁ ପଡ଼ିବ ନାହିଁ। ଅନ୍‌ଲାଇନ୍ ଗେମିଙ୍ଗ୍‌ ପ୍ରୋତ୍ସାହନ ଓ ନିୟାମକ ବିଧେୟକ ୨୦୨୫ ଅନୁସାରେ କୌଣସି ବ୍ୟକ୍ତି ଅର୍ଥ ଗ୍ରହଣ କରୁଥିବା କୌଣସି ଅନ୍‌ଲାଇନ୍‌ ଗେମ୍‌କୁ ସହାୟତା ଦେବା, ଉତ୍ସାହିତ କରିବା, ଉସ୍‌କାଇବା ଏବଂ ଏଥିରେ ନିଜେ ସମ୍ପୃକ୍ତ ହେବା ବେଆଇନ୍‌। ଏହାପରେ ଡ୍ରିମ୍‌୧୧ ପକ୍ଷରୁ କୁହା ଯାଇଥିଲା, ଅମେ ଆଇନ୍‌କୁ ମାନୁଥିବା ସଂସ୍ଥା ଏବଂ ଆଇନ୍‌ସମ୍ମତ ଭାବେ ଆମେ ବ୍ୟବସାୟ କରିଆସିଛୁ। ଆମେ ଆଇନ୍‌କୁ ସମ୍ମାନ ଦେଇ ଅନ୍‌ଲାଇନ୍ ଗେମିଙ୍ଗ୍‌ ପ୍ରୋତ୍ସାହନ ଓ ନିୟାମକ ବିଧେୟକ ମାନିବାକୁ ପ୍ରତିଶ୍ରୁତି ଦେଉଛୁ। ଡ୍ରିମ୍‌୧୧ ପରେ ଏବେ ମାଇ୧୧ସର୍କଲର ପାଳି। ଏହା ଆଇପିଏଲ୍‌ର ଅଫିସିଆଲ୍‌ ଫାଣ୍ଟାସି ପାର୍ଟନର ଭାବେ ରହିଆସିଛି। ଏଥିପାଇଁ ବିସିସିଆଇକୁ ମାଇ୧୧ସର୍କଲ ପ୍ରତି ବର୍ଷ ୧୨୫ କୋଟି ଟଙ୍କା ପ୍ରଦାନ କରୁଛି। ତେବେ ମାଇ୧୧ସର୍କଲ ଏହି ଚୁକ୍ତି ବାତିଲ କଥା କହିନଥିଲେ ବି ଏହା ଆଇପିଏଲ୍‌ର ପ୍ରାୟୋଜକ ରହିବା ଅସମ୍ଭବ।

- Advertisement -

ଡ୍ରିମ୍‌୧୧ ଓହରିଯିବା ପରେ ଭାରତୀୟ କ୍ରିକେଟରଙ୍କ ଜର୍ସିରୁ ଏହାର ଲେଖା ଉଠିବା ନିଶ୍ଚିତ। ତେଣୁ ବିସିସିଆଇ ଭାରତୀୟ ଦଳର ମୁଖ୍ୟ ପ୍ରାୟୋଜକ ଖୋଜିବା ଆରମ୍ଭ କରିଛି। ସେପ୍ଟେମ୍ବର ୯ରୁ ୟୁଏଇରେ ଏସିଆ କପ୍‌ ଏବଂ ମାସକ ପ​‌େ​‌ର ଭାରତରେ ମହିଳା ଦିନିକିଆ ବିଶ୍ବକପ୍‌ ଆରମ୍ଭ ହେଉଛି। ଏହା ପୂର୍ବରୁ ଭାରତୀୟ ଦଳକୁ ନୂଆ ପ୍ରାୟୋଜକ ଦେବା ବିଶ୍ବର ସବୁଠାରୁ ଧନଶାଳୀ କ୍ରିକେଟ୍‌ ବୋର୍ଡ ବିସିସିଆଇ ପାଇଁ ବଡ଼ ଆହ୍ବାନ ସୃଷ୍ଟିକରିଛି। ଭାରତୀୟ ବୋର୍ଡ ଏଥିପାଇଁ ପ୍ରୟାସ ଆରମ୍ଭ କରିଛି। ଜାଣିବାକୁ ମିଳିଛି ଯେ ବିସିସିଆଇ ଖୁବ୍‌ ଶୀଘ୍ର ଏଥିପାଇଁ ଟ୍ବେଣ୍ଡର ଆହ୍ବାନ କରିବ। ଡ୍ରିମ୍୧୧ ଭାରତର ସବୁଠାରୁ ବଡ଼ ଅର୍ଥ ବାଜି ରଖୁଥିବା ଅନ୍‌ଲାଇନ୍ ଗେମିଙ୍ଗ୍‌ ପ୍ଲାଟ୍‌ଫର୍ମ। ଏହି କମ୍ପାନୀର ମୁଲ୍ୟ ୮୦୦୦ ନିୟୁତ ଡଲାର (୭୦୦୨୬ କୋଟି ଟଙ୍କା)। ବାଇଜୁସ୍‌ ସ୍ଥାନରେ ୨୦୨୩ ଜୁଲାଇରେ ଡ୍ରିମ୍‌୧୧ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରାୟୋଜକ ହୋଇଥିଲା। କେବଳ ଭାରତୀୟ ଦଳ ନୁହେଁ; ଆଇପିଏଲ୍‌ର ଏକାଧିକ ଦଳର ଏହା ପ୍ରାୟୋଜକ। ପୁଣି ବିଗ୍‌ ବାସ୍‌ ଲିଗ୍‌ ସହ ବିଶ୍ବର ବିଭିନ୍ନ ଟୁର୍ଣ୍ଣାମେଣ୍ଟର ପ୍ରାୟୋଜକ ରହିଛି ଡ୍ରିମ୍‌୧୧। ପୁଣି ୨୦୧୮ରୁ ଏହା ଆଇସିସି ସହ ସମ୍ପୃକ୍ତ ରହିଛି। ସଂସଦରେ ଅନ୍‌ଲାଇନ୍ ଗେମିଙ୍ଗ୍‌ ପ୍ରୋତ୍ସାହନ ଓ ନିୟାମକ ବିଧେୟକ ୨୦୨୫ ପାରିତ ହେବା ପରେ ଏହା ଅର୍ଥ ବାଜିରେ ଲାଗୁଥିବା ସମସ୍ତ ଗେମ୍ ବନ୍ଦ କରିଦେଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories