BJD Bijuli 480×75 Mob

ଝାଡ଼ଖଣ୍ଡରେ ବିଜେପି ନେତାଙ୍କୁ ହତ୍ୟା

BJD Bijuli 480×75 Mob
0

ରାଞ୍ଚି : ଝାଡ଼ଖଣ୍ଡରେ ରବିବାର ଜଣେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ପଙ୍କଜ ଗୁପ୍ତା ନାମକ ଏହି ନେତା ରବିବାର ପିସ୍‌କା ଷ୍ଟେସନରେ ଟ୍ରେନରୁ ଓହ୍ଲାଇବା ପରେ କେତେକ ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ଲୋକଙ୍କ ଭିଡ ଜମିବାପରେ ଆତତାୟୀମାନେ ଏହାର ସୁଯୋଗ ନେଇ ଫେରାର ହୋଇଯାଇଥିଲେ। ପଙ୍କଜ ପିସ୍‌କାରେ ଏକ ଜମି କିଣି ଗୃହ ନିର୍ମାଣ କରୁଥିଲେ। ଏହି କାର୍ଯ୍ୟ ତଦାରଖ କରିବାକୁ ସେ ନିୟମିତ ପିସ୍‌କା ଯାଉଥିଲେ। ହତ୍ୟା ପଛରେ ଜମି ବିବାଦ ଥାଇପାରେ ବୋଲି ପୁଲିସ ଆଶଙ୍କା କରୁଛି। ବିଜେପି ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି।

Leave A Reply