୨ ଦୁଷ୍କର୍ମକାରୀଙ୍କୁ ପୋଡିଦେଲେ ପୀଡିତାଙ୍କ ପରିବାର ଲୋକ – ଜଣଙ୍କର ମୃତ୍ୟୁ

ରାଞ୍ଚି – ଝାଡଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁଇ ଜଣ ଦୁଷ୍କର୍ମକାରୀଙ୍କୁ ପୀଡିତାଙ୍କ ପରିବାର ଲୋକ ଜାଳି ଦେଇଛନ୍ତି । ଏଥିରେ ଜଣଙ୍କର ମୃତ୍ୟ ହୋଇଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି ।

ବୁଧବାର ରାତିରେ ଝାଡଖଣ୍ଡର ହୁମଲା ଜିଲ୍ଲା ବସୁଆ ଗ୍ରାମରେ ଏହି ଘଟଣା ଘଟିଛି। ମୃତକଙ୍କ ନାମ ସୁନୀଲ ଓରାନ୍‌ ବୋଲି ପୁଲିସ ସୂଚନା ଦେଇଛି । ଯୁବତୀଙ୍କୁ ସେହି ଗ୍ରାମର ଦୁଇ ଜଣ ଯୁବକ ଦୁଷ୍କର୍ମ କରିଥିଲେ । ପରେ ଯୁବତୀ ଜଣଙ୍କ ତାଙ୍କ ଘରେ ଏହି କଥା ଜଣାଇଥିଲେ । ପରିବାର ଲୋକ ତଥା ଗ୍ରାମବାସୀ ଏକଥା ଜାଣିବା ପରେ ଅଭିଯୁକ୍ତମାନଙ୍କୁ ତାଙ୍କ ଘରୁ ଉଠାଇ ଆଣିଥିଲେ।

ପରେ ଅଭିଯୁକ୍ତମାନଙ୍କୁ ନିଆଁ ଲଗାଇଦିଆଯାଇଥିଲା । ସୁନୀଲ ନାମକ ଅଭିଯୁକ୍ତର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କଙକ ଚିକିତ୍ସା ଚାଲିଛି । ପୀଡିତା ଦୁଷ୍କର୍ମ ବିଷୟରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.