Patra electronics

ଝାଡ଼ଖଣ୍ଡ ହାଇକୋର୍ଟରେ ଲାଲୁଙ୍କ ଜାମିନ ଆବେଦନ ଖାରଜ

0

ରାଞ୍ଚି : ଝାଡ଼ଖଣ୍ଡ ହାଇକୋର୍ଟ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ଜାମିନ୍‍ ଆବେଦନକୁ ଗୁରୁବାର ଖାରଜ କରିଦେଇଛନ୍ତି । ବହୁକୋଟି ଟଙ୍କାର ତିନୋଟି ପଶୁ ଖାଦ୍ୟ ଦୁର୍ନୀତି ମାମଲାରେ ସେ ଏହି ଆବେଦନ କରିଥିଲେ। ଜଷ୍ଟିସ୍‍ ଅପରେଶ କୁମାର ସିଂହ ଶ୍ରୀ ଯାଦବଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ବୋଲି ସିବିଆଇ ଓକିଲ ରାଜୀବ ସିହ୍ନା କହିଛନ୍ତି । ଗତ ୪ତାରିଖରେ କୋର୍ଟ ଲାଲୁଙ୍କ ଓକିଲ କପିଲ ଶିବଲ ଓ ସିବିଆଇର ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ। ଆରଜେଡି ସଭାପତି ଏବେ ରାଞ୍ଚିର ରାଜେନ୍ଦ୍ର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍ସରେ ଭର୍ତ୍ତି ହୋଇଛନ୍ତି। ୨୦୧୭ ମସିହା ଡିସେମ୍ବର ମାସରେ ତାଙ୍କୁ ରାଞ୍ଚି ଜେଲ୍‍କୁ ପଠାଯାଇଥିଲା।

Leave A Reply