www.samajalive.in
Sunday, December 7, 2025
26.1 C
Bhubaneswar

ଉତ୍ତମ ମାର୍ଗ ଦର୍ଶନ ଦେବେ ଯିଶୁଙ୍କ ମୁଖ ନିସୃତ ବାଣୀ

ଯିଶୁଖ୍ରୀଷ୍ଟ ନିଜ ଜୀବନ ସାଧାରଣ ଲୋକଙ୍କ ମଧ୍ୟରେ ରହି ଅତି ସାଧାରଣ ଭାବେ ଜୀବନ ବିତାଇଥିଲେ । ଏହା ସହ କାହାଣୀ ମାଧ୍ୟମରେ ଲୋକଙ୍କୁ ସଠିକ୍ ଦିଗରେ ଚାଲିବା ପାଇଁ ମଧ୍ୟ ମାର୍ଗ ଦର୍ଶନ କରାଇଥିଲେ। ଖ୍ରୀଷ୍ଟିୟାନ ଧର୍ମାଲମ୍ବୀଙ୍କ ମତ ଅନୁଯାୟୀ, ଇଶ୍ବର ବାର୍ତ୍ତାବହଙ୍କ ଦ୍ବାରା ସଂସାର ନିର୍ମାଣ କରିଛନ୍ତି ଏବଂ ସେମାନଙ୍କ ଦ୍ବାରା ହିଁ ସଠିକ ବାର୍ତ୍ତା ଲୋକମାନଙ୍କ ନିକଟରେ ପହଞ୍ଚାଉଛନ୍ତି ।

ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀମାନେ ଯିଶୁଙ୍କୁ ଇଶ୍ବରଙ୍କ ରୂପ ଭାବେ ଗ୍ରହଣ କରିଛନ୍ତି। ସାଧାରଣ ଲୋକଙ୍କୁ ସଠିକ୍ ଦିଗ ଦେଖାଇବା ପାଇଁ ଯିଶୁ ଧରାପୃଷ୍ଠରେ ଅବତରଣ କରିଥିଲେ ବୋଲି ଖ୍ରୀଷ୍ଟିୟାନ ଧର୍ମାଲମ୍ବୀ ବିଶ୍ବାସ କରନ୍ତି। ତେବେ ଆସନ୍ତୁ ଜାଣିବା ଯିଶୁଙ୍କ ମୁଖ ନିସୃତ ବାଣୀ ଯାହା ଆପଣଙ୍କ ଜୀବନକୁ ଉତ୍ତମ ଭାବେ ଗଢିତୋଳିବ।

- Advertisement -

ଯିଶୁଙ୍କ ମୁଖ ନିସୃତ ୧୦ଟି ବାଣୀ

୧. କଦାପି ଅନ୍ୟକୁ କ୍ଷତି ପହଞ୍ଚାନ୍ତୁ ନାହିଁ। ଯେଉଁମାନେ ଅନ୍ୟକୁ କ୍ଷତି ପହଞ୍ଚାଇଥାନ୍ତି, ସେମାନଙ୍କୁ ନର୍କରେ ଦଣ୍ଡ ମିଳିଥାଏ ।

୨. ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ଅନ୍ୟର ଅମଙ୍ଗଳ ଚିନ୍ତା କରନ୍ତୁ ନାହିଁ। କାରଣ ଯେଉଁମାନେ ଅନ୍ୟର ଅମଙ୍ଗଳ ଚିନ୍ତା କରନ୍ତି, ସେମାନେ ନର୍କରେ ନିଆଁରେ ଜଳନ୍ତି।

୩. ମହିଳାଙ୍କୁ ଖରାପ ନଜରରେ ଦେଖୁଥିବା ବ୍ୟକ୍ତି ଇଶ୍ବରଙ୍କ ଦରବାରରେ ଦଣ୍ଡ ପାଇବାର ହକ୍‌ଦାର ହୋଇଥାଏ ।

୪. ଅନ୍ୟ ଉପରେ ଦୋଷ ଲଦନ୍ତୁ ନାହିଁ ବା ଅନ୍ୟକୁ ଦୋଷ ଦିଅନ୍ତୁ ନାହିଁ। କାରଣ ଏହା ଆପଣଙ୍କ କାମ ନୁହେଁ ।

୫. ଗରିବଙ୍କୁ ଯଥା ସମ୍ଭବ ସାହାଯ୍ୟ କରନ୍ତୁ।

୬. ନଜ ଜୀବନକୁ ରକ୍ଷା କରିବା ପୂର୍ବରୁ ଅନ୍ୟ ଜୀବନକୁ ରକ୍ଷା କରନ୍ତୁ।

୭. ସକାଳୁ ଉଠିବା ପରେ ସମସ୍ତଙ୍କର ସୁଖମୟ ଜୀବନ ପାଇଁ କାମନା କରନ୍ତୁ। ଏହା ଦ୍ବାରା ଘର, ଜୀବନ ଓ ଶରୀରରେ ସକାରତ୍ମକ ଶକ୍ତି ଉତ୍ପନ ହୋଇଥାଏ।

୮. ପରସ୍ପର ମଧ୍ୟରେ ହୋଇଥିବା ମତଭେଦକୁ ନଷ୍ଟ କରିବା ପାଇଁ ଇଶ୍ବରଙ୍କୁ ସ୍ମରଣ କରିବାକୁ ଯିଶୁ ଉପଦେଶ ଦେଇଛନ୍ତି। ଯିଶୁ କାହାଣୀ ମାଧ୍ୟମରେ ବୁଝାଉଥିଲେ ଯେ, ଯଦି ଆମେ ଅନ୍ୟକୁ କ୍ଷମା ନ କରିବା ତେବେ ଇଶ୍ବର ଆମକୁ କ୍ଷମା କରିବେ ବୋଲି କିପରି ଆଶା ରଖିବା?

୯. ରାତିରେ ଶୋଇବା ପୂର୍ବରୁ ଅନ୍ୟ ସହ ହୋଇଥିବା ମତଭେଦକୁ ଭୁଲିଯାଆନ୍ତୁ ଏବଂ ସେହି ଲୋକଙ୍କୁ ମଧ୍ୟ କ୍ଷମା କରିଦିଅନ୍ତୁ। ଏପରି କରିବା ଦ୍ବାରା ଜୀବନରୁ ଦୁଶ୍ଚିନ୍ତା ଦୂର ହେବ।

୧୦. ଆମ ସମସ୍ତଙ୍କ ମଧ୍ୟରେ ଇଶ୍ବର ରହିଛନ୍ତି। ସବୁ ପରିସ୍ଥିତର ସାମ୍ନା କରିବାକୁ ଇଶ୍ବର ଆମକୁ ଶକ୍ତି ଦେଇଥାଆନ୍ତି।

ଆଲେଖ୍ୟ : ବୈଜୟନ୍ତି ନାୟକ

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories