୩୦ରେ ଜେଇଇ ମେନ୍‍ ଫଳ

0

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଜେଇଇ ମେନ ପରୀକ୍ଷାଫଳ ଏପ୍ରିଲ୍‍ ୩୦ରେ ପ୍ରକାଶ ପାଇବ। ଚଳିତ ବର୍ଷ ଜେଇଇ ମେନ୍‍ ୨୦୧୮ ପାଇଁ ଅନୁଷ୍ଠିତ ପେପର୍‍ ୧ ଓ ପେପର୍‍ ୨ ଅନ୍‍ଲାଇନ୍‍ ପରୀକ୍ଷାଫଳ ଅଲଗା ଭାବେ ପ୍ରକାଶ ପାଇବ। ଜେଇଇ ମେନ୍‍ ପେପର୍‍ ୨ ଅନ୍‍ଲାଇନ୍‍ ପରୀକ୍ଷାଫଳ ମେ’ ୩୧ରେ ବାହାରିବ। ଛାତ୍ରଛାତ୍ରୀ ନିଜର ରୋଲ୍‍ ନମ୍ବର ଓ ଜନ୍ମତାରିଖ ଲେଖି ୱେବ୍‍ସାଇଟ୍‍ରୁ ଜେଇଇ ମେନ୍‍ ପରୀକ୍ଷାଫଳ ଜାଣିପାରିବେ। ଏଥିରେ ସର୍ବଭାରତୀୟ ର୍ୟାଙ୍କ, ପ୍ରତ୍ୟେକ ପେପର୍‍ରେ ରଖିଥିôବା ନମ୍ବର ଏବଂ ଜେଇଇ ଆଡ୍‍ଭାନ୍ସଡ୍‍ ପରୀକ୍ଷା ପାଇଁ କଟ୍‍ଅଫ୍‍ ମାର୍କ ଦେଖିପାରିବେ।
ଜେଇଇ ମେନ୍‍ ଆଡ୍‍ଭାନ୍ସଡ୍‍ ପାଇଁ ମନୋନୀତ ଭାରତୀୟ ଛାତ୍ରଛାତ୍ରୀ ମେ’ ୨ରୁ୭ ପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରିପାରିବେ। ମେ’ ୮ ସୁଦ୍ଧା ପଞ୍ଜିକୃତ ଛାତ୍ରଛାତ୍ରୀଙ୍କୁ ଫି ଦାଖଲ କରିବାକୁ ପଡ଼ିବ ବୋଲି କୁହାଯାଇଛି। ଏବେ ଜେଇଇ ମେନ୍‍ ଆଡ୍‍ଭାନ୍ସ ପରୀକ୍ଷା ଦେବା ପାଇଁ ବିଦେଶୀ ଛାତ୍ରଛାତ୍ରୀଙ୍କ ଲାଗି ନାମ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି।
୧୬୨ କେନ୍ଦ୍ରରେ ଜେଇଇ ମେନ୍‍ ଆଡ୍‍ଭାନ୍ସଡ୍‍ ପରୀକ୍ଷା ମେ’ ୨୦ରେ ଅନୁଷ୍ଠିତ ହେବ। ଓଡ଼ିଶାର ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ରାଉରକେଲା ସହରରେ କେନ୍ଦ୍ର କରାଯାଇଛି। ଜୁନ୍‍ ୧୦ରେ ଫଳ ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ ଦେଶର ୨୩ଟି ଆଇଆଇଟି ସମେତ ବିଭିନ୍ନ ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ।

Leave A Reply