www.samajalive.in
Monday, December 15, 2025
26.1 C
Bhubaneswar

ଜୟପ୍ରଦାଙ୍କ ବ୍ୟକ୍ତିଗତ ଓ ରାଜନୈତିକ ଜୀବନର କିଛି ରୋଚକ କଥା

ବଲିଉଡ୍ ଅଭିନେତ୍ରୀ ଜୟାପ୍ରଦା ଆଜି ବିଜେପିରେ ସାମିଲ ହୋଇଛନ୍ତି । ରାମପୁରରେ ଜୟପ୍ରଦା ବିଜେପରୁ ନିର୍ବାଚନ ଲଢିବେ । ଜୟପ୍ରଦାଙ୍କ ରାଜନୈତିକ ଜୀବନ ଯେତିକି ରୋଚକ, ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି ରହସ୍ୟମୟ । ଜୟପ୍ରଦାଙ୍କ ଜୀବନୀ ବିଷୟରେ ଜାଣିବା ପାଇଁ ଆଜି ବି ତାଙ୍କ ଫ୍ୟାନ୍ସ ଇତ୍ସୁକ ଅଛନ୍ତି । ତେବେ ଆସନ୍ତୁ ଜାଣିବା ଜୟପ୍ରଦାଙ୍କ ବ୍ୟକ୍ତିଗତ ଓ ରାଜନୈତିକ ଜୀବନୀ ବିଷୟରେ……

- Advertisement -

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଜୟପ୍ରଦାଙ୍କ ପ୍ରକୃତ ନାମ ଥିଲା ଲଲିତା ରାଣୀ । ଫିଲ୍ମ ଦୁନିଆକୁ ଆସିଲା ପରେ କଳାକାରମାନେ ଯେପରି ନିଜ ନାମକୁ ପରିବର୍ତ୍ତନ କରିଥାଆନ୍ତି ଠିକ୍ ସେହିପରି ସେ ମଧ୍ୟ ଲଲିତା ରାଣୀରୁ ଜୟାପ୍ରଦା ହୋଇଥିଲେ । ୧୯୬୨ ମସିହା ଏପ୍ରିଲ ୩ ତାରିଖରେ ଆନ୍ଧ୍ର ପ୍ରଦେଶର ରାଜାହମୁଣ୍ଡରୀ ଜିଲାରେ ଲଲିତା ଓରଫ ଜୟାପ୍ରଦାଙ୍କ ଜନ୍ମ ହୋଇଥିଲା। ତାଙ୍କ ପିତା କୃଷ୍ଣ ରାବ ତେଲୁଗୁ ଫିଲ୍ମର ଅର୍ଥ ବିନିଯୋଗକାରୀ ଥିଲେ ।

୧୩ ବର୍ଷ ବୟସରେ ଜୟପ୍ରଦା ଅଭିନୟ ଜଗତରେ ପାଦ ରଖିଥିଲେ । ତେଲୁଗୁ ଫିଲ୍ମ ‘ଭୂମିକୋସମ’ ଜରିଆରେ ଜୟପ୍ରଦା ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ତାଙ୍କୁ ୩ ମିନିଟ୍ ଅଭିନୟ କରିବାକୁ ସୁଯୋଗ ମିଳିଥିଲା । ଏଥିପାଇଁ ତାଙ୍କୁ ୧୦ ଟଙ୍କା ପାଉଣା ମିଳିଥିଲା । ୩୦ ବର୍ଷ ଅଭିନୟ ଜୀବନରେ ଜୟାପ୍ରଦା ୩୦୦ ଫିଲ୍ମରେ ଅଭିନୟ କରିଛନ୍ତି । ଆରମ୍ଭରୁ ହିଁ ଜୟାପ୍ରଦାଙ୍କ ଜୀବନ ରହସ୍ୟମୟ ଓ ରୋମାଞ୍ଚକର ରହିଛି । କୌଣସି ନା କୌଣସି କାରଣକୁ ଜୟପ୍ରଦା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।

ଆୟବର୍ହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଆୟକର ବିଭାଗ ଜୟପ୍ରଦାଙ୍କ ଘରେ ଚଢଉ କରିଥିଲା। ଜୟପ୍ରଦାଙ୍କ ଏଭଳି ପରିସ୍ଥିତିରେ ପ୍ରଯୋଜକ ଶ୍ରୀକାନ୍ତ ନାହଟା ତାଙ୍କୁ ସାହାଯ୍ୟ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହେବାରୁ ୧୯୮୬ ମସିହା ଜୁନ ୨୨ ତାରିଖରେ ଜୟପ୍ରଦା ଓ ଶ୍ରୀକାନ୍ତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ପୂର୍ବରୁ ଶ୍ରୀକାନ୍ତ ଚନ୍ଦ୍ରା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ୩ଟି ପିଲା ଥିଲା। ବିବାହିତ ହୋଇ ମଧ୍ୟ ଜୟପ୍ରଦା ଆଜି ବି ଏକାକୀ ରୁହନ୍ତି ଏବଂ ତାଙ୍କ ଭଉଣୀଙ୍କ ପୁଅକୁ ପୌଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି ।

୧୯୯୪ ମସିହାରେ ଜୟପ୍ରଦା ତେଲୁଗୁ ଦେଶମ ପାର୍ଟିରେ ଯୋଗ ଦେଇଥିଲେ । ଏହା ପରେ ସେ ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ । ୨୦୦୪ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶର ରାମପୁର ଆସନରୁ ଲଢି ଜିତିଥିଲେ । ଏହାର କିଛି ଦିନ ପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ସମାଜବାଦୀ ପାର୍ଟିରୁ ବହିଷ୍କୃତ କରାଯାଇଥିଲା। ୨୦୧୪ରେ ରାଷ୍ଟ୍ରୀୟ ଲୋକଦଳ ପାର୍ଟିରେ ଯୋଗ ଦେଇଥିଲେ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories