www.samajalive.in
Monday, December 15, 2025
14.1 C
Bhubaneswar

ଆସନ୍ତାକାଲି ଯଶୁଆପୁର ସରପଞ୍ଚ ପଦବୀ ପାଇଁ ଉପନିର୍ବାଚନ

ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ଯଶୁଆପୁର ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଉପନିର୍ବାଚନ ୪ ତାରିଖ ଶୁକ୍ରବାର ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ଚୁଡାନ୍ତ ପ୍ରସ୍ତୁତି ସରିଛି। ଯଶୁଆପୁର ସରପଞ୍ଚ ଶ୍ୟାମସୁନ୍ଦର ପରିଡ଼ାଙ୍କର ଗତ ଜୁନ୍‌‌ ୧୨ ତାରିଖରେ ପରଲୋକ ପରେ ଖାଲି ପଡ଼ିଥିବା ଏହି ଆସନରେ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଖୋଲାବହି ଚିହ୍ନରେ ଅକ୍ଷୟ କୁମାର ବେହେରା, ମାଛ ଚିହ୍ନରେ ନରସିଂହ ପ୍ରଧାନ, ସୂର୍ଯ୍ୟ ଚିହ୍ନରେ ବଳଭଦ୍ର ପ୍ରଧାନ ଓ ଖୋଲାଛତା ଚିହ୍ନରେ ସନ୍ତୋଷ କୁମାର ମହାନ୍ତି ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ପଞ୍ଚାୟତର ୧୫ଟି ୱାର୍ଡରେ ୨୯୬୩ ପୁରୁଷ ଓ ୨୭୯୦ ମହିଳା ଭୋଟରଙ୍କୁ ମିଶାଇ ମୋଟ୍‌‌ ୫୭୫୩ ଜଣ ଭୋଟର ମୋଟ୍‌‌ ୧୫ଟି ବୁଥ୍‌‌ରେ ମତଦାନ କରିବାକୁ ଥିବା ବେଳେ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୋଟ୍‌‌ ଗ୍ରହଣ କରାଯିବ। ୮ଟି ସ୍ଥାନରେ ଥିବା ୧୪ଟି ବିଦ୍ୟାଳୟ ଓ ଗୋଟିଏ କୋଠଘରେ ମତଦାନ କେନ୍ଦ୍ର କରାଯାଇଛି। ଏହି ମତଦାନ ପାଇଁ ରିଜର୍ଭ ପାର୍ଟିକୁ ମିଶାଇ ମୋଟ୍‌‌ ୧୬ଟି ପୁଲିଂ ପାର୍ଟି କରାଯାଇଥିବା ବେଳେ ଏଥିପାଇଁ ୪୮ଜଣଙ୍କୁ ନିୟୋଜିତ କରାଯାଇଥିବା ସୂଚନା ମିଳିଛି। ସଂପୂର୍ଣ୍ଣ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ସଂପର୍କରେ ନିର୍ବାଚନ ଅଧିକାରୀ ତଥା ପିପିଲି ବିଡିଓ ରଶ୍ମିତା ନାଥ ସୂଚନା ଦେଇଛନ୍ତି। ୧୫ଟି ବୁଥ୍‌‌ରେ ୧୫ଜଣ ପ୍ରିଜାଇଡିଂ ଅଫିସର, ୧୫ଜଣ ପ୍ରଥମ ପୁଲିଂ ଅଫିସର ଓ ୧୫ଜଣ ଦ୍ୱିତୀୟ ପୁଲିଂ ଅଫିସର ଓ ଜଣେ ଲେଖାଏଁ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ସଂପର୍କରେ ଶ୍ରୀମତୀ ନାଥ ସୂଚନା ଦେଇଛନ୍ତି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଦୁଇ ପ୍ଲାଟୁନ୍‌‌ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଛି। ୫ ତାରିଖ ସକାଳ ୮ଟାଠାରୁ ପିପିଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୋଟ୍‌‌ ଗଣତି କରାଯିବ। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories