www.samajalive.in
Monday, December 15, 2025
14.1 C
Bhubaneswar

ଉପକୂଳରେ ଜାପାନୀ ଜ୍ବର ଆତଙ୍କ – ଚିନ୍ତା ବଢ଼ାଇଲା ସୋର କନ୍ୟାଶ୍ରମ

– କାରଣ ଖୋଜୁଛି ସ୍ବାସ୍ଥ୍ୟ ବିଭାଗ
ସୋର : ବାଲେଶ୍ବର ଜିଲା ସୋର ପୁରୁବାଈ କନ୍ୟାଶ୍ରମ ଘଟଣାରେ ପୁଣି ଜାପାନୀ ଜ୍ବର(ଜେଇ) ସାମ୍ନାକୁ ଆସିଛି। ଏହି କନ୍ୟାଶ୍ରମର ୭ଜଣ ଅନ୍ତେବାସିନୀ ଓ ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ସାଦମାପୁରର ଜଣେ ଛାତ୍ର ଜାପାନୀ ଜ୍ବରରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ଫଳରେ ଉପକୂଳ ଅଞ୍ଚଳରେ ଏନେଇ ଆତଙ୍କର ବାତାବରଣ ଖେଳି ଯାଇଛି।
ପ୍ରଥମ କରି ଉପକୂଳବର୍ତ୍ତୀ ବାଲେଶ୍ୱର ଜିଲା ସୋରରେ ଜାପାନିଜ ଏନ୍‌ସେଫାଲାଇଟିସ୍‌ ବାହାରିଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି। ଗତ ଗୁରୁବାର ପୁରୁବାଈ କନ୍ୟାଶ୍ରମ ସଂଲଗ୍ନ ସାଦମାପୁରରୁ ଜଣେ ୧୨ବର୍ଷର ବାଳକ ଦେହରେ ଜାପାନିଜ ଏନ୍‌ସେଫାଲାଇଟିସ୍‌ ରକ୍ତ ନମୁନା ପଜିଟିଭ ଆସିବାରୁ ଏହା ସହର କିମ୍ବା ଗ୍ରାମକୁ ବ୍ୟାପିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଆଠଦିନ ତଳେ ସୋର ଗାନ୍ଧୀ ସେବା ସଂଘ ପୁରୁବାଈ କନ୍ୟାଶ୍ରମର ଅନ୍ତେବାସିନୀ ନୀଳଗିରି ଅଞ୍ଚଳର ୧୦ମ ଶ୍ରେଣୀର ଛାତ୍ରୀ ରବିନା ସିଂ ବାନ୍ତି ଓ ମୁଣ୍ଡବିନ୍ଧା ଯୋଗୁଁ ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ କନ୍ୟାଶ୍ରମର ଅନ୍ତେବାସିନୀ ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଚକିିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ପରଦିନ ସ୍ୱାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ୨୮ଜଣ ଅନ୍ତେବାସିନୀଙ୍କୁ ବାନ୍ତି, କାଶ, ମୁଣ୍ଡବିନ୍ଧା କାରଣରୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରି ଅସୁସ୍ଥ ଛାତ୍ରୀଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ କଟକ ପଠାଯାଇଥିଲା। ସନ୍ଧ୍ୟାରେ ଚାରି ଗୁରୁତର ଛାତ୍ରୀଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇ ଆସିଇୟୁରେ ଭର୍ତ୍ତି କରାଯାଇଥିଲା। ରବିବାର ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କନ୍ୟାଶ୍ରମ ଓ ସୋର ଡାକ୍ତରଖାନାରେ ଚିକିତ୍ସିତ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖିଥିଲେ।
ବାଲେଶ୍ୱର ଡାକ୍ତରଖାନାରେ ୭ ପଜିଟିଭ ସମେତ ୧୭ ଜଣ ଅନ୍ତେବାସିନୀ ଓ ସାଦମାପୁରର ଜଣେ ପଜିଟିଭ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ଣରେ କନ୍ୟାଶ୍ରମର ୧୩ଜଣ ଚିକିତ୍ସିତ ଅନ୍ତେବାସିନୀଙ୍କୁ ଡାକ୍ତର ସୁସ୍ଥ କହି ଛାଡ଼ି ଦେଇଛନ୍ତି। ସାଦମାପୁରରୁ ପଜିଟିଭ ବାହାରିଥିବା ଛାତ୍ର ଦେବାଶିଷ ସୁସ୍ଥ ଥିବାବେଳେ ସେ ଅଡ଼ଙ୍ଗ ବଜାର ରାଧାନାଥ ସ୍କୁଲର ଛାତ୍ର ହୋଇଥିବାରୁ ଅଭିଭାବକ ମହଲରେ ଚିନ୍ତା ବଢ଼ିଛି।

ଧନ ଏବଂ ସୁଖ ସମ୍ପତ୍ତି ବୃଦ୍ଧି ପାଇଁ କ୍ଲିକ୍ କରି ଦେଖନ୍ତୁ ଏହି ଖବର

- Advertisement -

ଜନସ୍ୱାସ୍ଥ୍ୟ ନିର୍ଦେଶକ କନ୍ୟାଶ୍ରମ ଗସ୍ତ ବେଳେ ଜାପାନିଜ ଏନସେଫାଲାଇଟିସ୍‌ ଘୁଷୁରିକୁ ମଶା କାମୁଡ଼ି ପୁଣି ସେହି ମଶା ମଣିଷକୁ ବିଶେଷକରି ଶିଶୁଙ୍କୁ କାମୁଡ଼ିଲେ ଏହି ରୋଗ ଦେଖାଦେଇଥିବା ପ୍ରକାଶ କରିଥିଲେ। ସେତେବେଳେ କନ୍ୟାଶ୍ରମ ଆଖପାଖରେ ଘୁଷୁରି ପ୍ରଶାସନକୁ ମିଳିନଥିଲା। ଫଳରେ ଏଭଳି ଭୂତାଣୁ କେଉଁଠାରୁ ଉତ୍ପତ୍ତି ହୋଇଛି ତା’ର କାରଣ ଖୋଜି ପାଉନି ସ୍ବାସ୍ଥ୍ୟ ବିଭାଗ। ଅନ୍ୟପକ୍ଷରେ ଛାତ୍ରୀ ରବିନାଙ୍କ କେଉଁ କାରଣରୁ ମୃତ୍ୟୁ ହୋଇଛି ଜିଲା ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ।
ଜେଇ ଆତଙ୍କ ଥମି ନଥିବାବେଳେ ସୋର ଶରଶଙ୍ଖସ୍ଥିତ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନରତ ଚାରି ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସୋର ଡାକ୍ତରଖାନାରେ ଶୁକ୍ରବାର ଭର୍ତ୍ତି ହୋଇଛନ୍ତି। ସମସ୍ତ ଛାତ୍ରୀ ଏକ ବେସରକାରୀ ମେସ୍‌ରେ ରହି ଅଧ୍ୟୟନ କରୁଥିଲେ ବୋଲି ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories