www.samajalive.in
Monday, December 15, 2025
15.1 C
Bhubaneswar

ଜାପାନୀ ଜ୍ବର (ଜାପାନିଜ୍‌ ଏନ୍‌ସେଫାଲାଇଟ୍‌ସ),୧୦ ବର୍ଷରେ ୭୭୧ ସଂକ୍ରମିତ, ୪୪ ମୃତ

ଭୁବନେଶ୍ୱର : ରାଜ୍ୟରେ ଜାପାନୀ ଜ୍ବର (ଜାପାନିଜ୍‌ ଏନ୍‌ସେଫାଲାଇଟ୍‌ସ)ସ୍ଥିତି ସାମାନ୍ୟ ଉଦ୍‌ବେଗଜନକ ରହିଛି। ୨୦୧୨ରୁ ୨୦୨୨ ବର୍ଷ ମଧ୍ୟରେ ମୋଟ ୭୧୦୦ ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ୭୭୧ ଜେଇରେ ଆକ୍ରାନ୍ତ ହୋଇଥିବାବେଳେ ୪୪ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ସେହିପରି ୨୦୨୧ ଅପେକ୍ଷା ୨୦୨୨ରେ ଜେଇ ସଂକ୍ରମଣ ବୃଦ୍ଧି ହୋଇଛି। ବିଭାଗ ପକ୍ଷରୁ ସଚେତନତା କରାଯାଉଥିବା ଯୋଗୁଁ ୨୦୧୬ରୁ ୨୦୧୯ ମଧ୍ୟରେ ଉପୁଜିଥିବା ସ୍ଥିତିରେ ସୁଧାର ଆସିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୦ ପ୍ରତିଶତ ୧୫ ବର୍ଷରୁ କମ୍‌ ଏବଂ ବାକି ୩୦ ପ୍ରତିଶତ ୧୫ ବର୍ଷରୁ ଅଧିକ ବୟସ ହୋଇଛି। ରାଜ୍ୟର ୧୧ କେନ୍ଦ୍ରରେ ଜେଇ ପରୀକ୍ଷଣ କରାଯାଉଛି।

୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ଜାପାନୀ ଜ୍ବର ସଂଖ୍ୟା ବଢ଼ିଥିବାବେଳେ ୨୦୨୦ ଏବଂ ୨୦୨୧ରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ବିଭାଗ ସୂଚନା ଅନୁସାରେ ସର୍ବାଧିକ ୨୦୧୬ରେ ମୋଟ ୧୦୯୬ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବାବେଳେ ୨୪୨ଜଣ ଚିହ୍ନଟ ହୋଇଥିଲେ। ଯେଉଁଥିରେ ୩୯ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୧୭ରେ ୧୨୨୮ ପରୀକ୍ଷଣରୁ ୭୯ ଆକ୍ରାନ୍ତ ହୋଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଶୂନ୍‌ ରହିଥିଲା। ସେହିପରି ୨୦୧୮ରେ ଏହା ବଢ଼ିଥିଲା। ମୋଟ ୧୭୨୦ ନମୁନାରୁ ୧୪୩ ସଂକ୍ରମିତ ହୋଇଥିଲେ। ୨୦୧୯ରେ ୧୯୬୨ ନମୁନାରୁ ୧୯୫ଜଣ ସଂକ୍ରମିତ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୦ରେ ୩୭୩ରୁ ୧୪ ଏବଂ ୨୦୨୧ରେ ୨୮୬ରୁ ୧୦ ଜଣ ଜାପାନୀ ଜ୍ବରରେ ଆକ୍ରାନ୍ତ ହୋଇଥିଲେ ଏବଂ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୨ରେ ଏହି ସଂଖ୍ୟା ବୃଦ୍ଧି ହୋଇଥିଲା। ମୋଟ୍‌ ୩୩୩ ନମୁନାରୁ ୩୧ ସଂକ୍ରମିତ ହୋଇଥିଲେ। ଏହି ରୋଗ ହେଲେ ଦେହରେ ଜ୍ବର ହେବା, ଅଣନିଃଶ୍ବାସୀ ଲାଗିବା ଏବଂ ଶିରାପ୍ରଶିରା ଦୁର୍ବଳ ହେବା ପରି ଲାଗିଥାଏ। ବର୍ତ୍ତମାନ ଏହାର ପରୀକ୍ଷଣ କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ଏମ୍‌କେସିଜି, ଏସ୍‌ସିବି, ବୁର୍ଲା ଭେଷଜ ମହାବିଦ୍ୟାଳୟ, କ୍ୟାପିଟାଲ ହସ୍ପିଟାଲ, ଆଇଜିଏଚ୍‌, ଆରଏମଆରସି ସହିତ ଏମ୍ସରେ କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories