ଜାପାନରେ ଗତବର୍ଷ ବହୁ କମ୍ ସଂଖ୍ୟକ ଶିଶୁ ଜନ୍ମ ଗ୍ରହଣ କରିଥିବା ଜଣାପଡ଼ିଛି। କରୋନା ମହାମାରୀ ଯୋଗୁଁ ସେଠାରେ ବହୁତ କମ୍ ବିବାହ ହେବା ସହ ଅନେକ ଦମ୍ପତ୍ତି ପରିବାର ବୃଦ୍ଧି ବିଷୟ ଚିନ୍ତା କରି ନଥିବା ସୂଚନା ମିଳିଛି। ଜାପାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ୧୮୯୯ ମସିହା ପରେ ଗତ ବର୍ଷ ସେଠାରେ ସବୁଠାରୁ କମ୍ ସଂଖ୍ୟକ ଶିଶୁ ଜନ୍ମଗ୍ରହଣ କରିଛନ୍ତି। ଏହି ସଂଖ୍ୟା ହେଉଛି ୮ ଲକ୍ଷ ୪୦ ହଜାର ୮୩୨।
୨୦୧୯ ତୁଳନାରେ ଏହି ହାର ୨.୮% କମ୍ ରହିଛି। ଗତ ବର୍ଷ ସେଠାରେ ମାତ୍ର ୫ ଲକ୍ଷ ୨୫ ହଜାର ୪୯୦ ଜଣ ବିବାହ ପଞ୍ଜିକରଣ କରିଛନ୍ତି। ଯାହା ପୂର୍ବବର୍ଷ ତୁଳନାରେ ୧୨.୩% କମ୍ ରହିଛି।



