କୃଷ୍ଣ ପ୍ରେମରେ ଆମେରିକା, ଧୁମଧାମରେ ପାଳିତ ହେଉଛି ଜନ୍ମାଷ୍ଟମୀ
ନ୍ୟୁ ଜର୍ସି : ଆମେରିକାର ନ୍ୟୁ ଜର୍ସି ରବିନ୍ସଭିଲଠାରେ ଥିବା ବିଶ୍ବର ଅନ୍ୟତମ ବୃହତ୍ତ ହିନ୍ଦୁ ସ୍ଥାପତ୍ୟ ସ୍ବାମୀ ନାରାୟଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ଭବ୍ୟ ଜନ୍ମାଷ୍ଟମୀ ପର୍ବ । ଅସଂଖ୍ୟ ହିନ୍ଦୁ ଶ୍ରଦ୍ଧାଳୁ ଏବଂ ଦେଶ ବିଦେଶର କୃଷ୍ଣ ଭକ୍ତମାନେ ପର୍ବରେ ସାମିଲ ହୋଇ ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ ୧୮୩ ଏକର ଜମି ଉପରେ ବିଶ୍ବର ଦ୍ବିତୀୟ ସର୍ବବୃହତ୍ତ ହିନ୍ଦୁ ମନ୍ଦିର ୨୦୨୩ ମସିହା ଅକ୍ଟୋବର ୮ ତାରିଖରେ ପ୍ରତିଷ୍ଠା ହୋଇଥିଲା । ଏହି ମନ୍ଦିର ସମେତ ଆମେରିକାରେ ଥିବା ଅସଂଖ୍ୟ ହିନ୍ଦୁ ମନ୍ଦିରରେ ଧୁମଧାମରେ ଜନ୍ମାଷ୍ଟମୀ ପର୍ବ ପାଳିତ ହେଉଛି । ଏଥିରେ କେବଳ ହିନ୍ଦୁ ଧର୍ମାବଲମ୍ବୀ ନୁହଁନ୍ତି, ବିଶ୍ବର କୋଣଅନୁକୋଣରୁ ବିଭିନ୍ନ ଧର୍ମର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଛନ୍ତି ।
Comments are closed.