ପ୍ରଧାନମନ୍ତ୍ରୀ ଜନମନ ସଚେତନତା ଶିବିର
ପାତ୍ରପୁର : ପାତ୍ରପୁର ବ୍ଲକର ତୁମ୍ବା,ବୁରାତାଳ ଓ ଆଙ୍କୁଲି ଆଦିବାସୀ ପଞ୍ଚାୟତର ମୋଟ ୫ଟି ଗାଁକୁ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାସଂଘ ଯୋଜନା ଆନୁକୂଲ୍ୟରେ ଆଦର୍ଶ ଗ୍ରାମ ଭାବେ ଚୟନ କରାଯାଇଛି। ଏହି ଗ୍ରାମର ବିକାଶ ପାଇଁ ଜିଲା ପ୍ରଶାସନ ତରଫରୁ ମଙ୍ଗଳବାର ଏକ ବ୍ଲକ ସ୍ତରୀୟ ସଚେତନତା ବୈଠକ କାର୍ଯ୍ୟକ୍ରମ ବ୍ଲକ ନୋଡାଲ ଅଧିକାରୀ ତଥା ତୁମ୍ବା ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଚେତନା ସେଠୀଙ୍କ ସଭାପତିତ୍ୱରେ ପାତ୍ରପୁର ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ଜିଲ୍ଲା ନୋଡାଲ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ପ୍ରମୋଦ କୁମାର ପୃଷ୍ଟି ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଲକ୍ଷ୍ୟ ନେଇ ସୂଚନା ପ୍ରଦାନ କରିଥିଲେ ।
ଜିଲା ମଙ୍ଗଳ ଅଧିକାରୀ ସୁରେଶ ଜିତୁ ବାବୁ, ତହସିଲଦାର ଅଶୋକ ପଟ୍ଟନାୟକ, ବିଡ଼ିଓ ସୁମନ ସୁଦ୍ଧା କୁଣ୍ଡୁ, ସିଡିପିଓ ସ୍ଵର୍ଣପ୍ରଭା ଦାସ ପ୍ରମୂଖ ଏହି ବୈଠକରେ ଉପସ୍ଥିତ ଥିବାବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, କୃଷି, ଗ୍ରାମ୍ୟ ଜଳଯୋଗାଣ ଓ ଅନ୍ୟ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଆଗାମୀ ସେପ୍ଟେମ୍ବର ଦଶ ତାରିଖ ଯାଏଁ ବିଭିନ୍ନ ଗ୍ରାମରେ ପର୍ଯ୍ୟାୟକ୍ରମେ ପିଏମ ଜନମନ ଯୋଜନାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସଚେତନତା କରାଯାଇ ଗ୍ରାମରେ ଥିବା ଅସୁବିଧା ନେଇ ସମସ୍ତଙ୍କ ତରଫରୁ ଆବେଦନ ଗ୍ରହଣ କରାଯିବ। ଏପରିକି ପରବର୍ତ୍ତୀ ତିନି ବର୍ଷିଆ କାର୍ଯ୍ୟ ଖସଡ଼ାରେ ସ୍ଥାନିତ କରାଯିବ । ବୈଠକରେ ବ୍ଲକର ଯନ୍ତ୍ରୀ, ପିଇଓ, ଜିଆରଏସ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ତୁମ୍ବା ଉନ୍ନୟନ ସଂସ୍ଥା ତରଫରୁ ଅଜିତ କୁମାର ବିଶୋଇ ଓ ଅନ୍ୟମାନେ ପରିଚଳନାରେ ବିଶେଷ ସହଯୋଗ କରିଥିଲେ ।
Comments are closed.