ତରଡିଙ୍ଗ, ରାଜନଗର ଓ କନ୍ଦରପୁରରେ ଜନସଂପର୍କ ପଦଯାତ୍ରା

ଆଠଗଡ : ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ବ୍ୟାପୀ ଅକ୍ଟୋବର ୨ରୁ ଏକମାସ ଧରି ସମସ୍ତ ନିର୍ବାଚନ ମଣ୍ଡଳୀରେ ଜନସଂପର୍କ ପଦଯାତ୍ରା ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଠଗଡ ବ୍ଲକ ଅଧିନ ୩ଟି ପଞ୍ଚାୟତ ତରଡିଙ୍ଗ, ରାଜନଗର ଓ କନ୍ଦରପୁରରେ ବୁଧବାର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସାମୁହିକ ବିକାଶମୂଳକ ଯୋଜନାର ସଫଳ ରୂପାୟନ କରିବା ଏବଂ ଜନସାଧାରଣ ଓ ସମାଜରେ ସବୁଠାରୁ ତଳସ୍ତରରେ ରହିଥିବା ଲୋକମାନେ କିପରି ସୁଫଳ ପାଇପାରିବେ ସେଥିପ୍ରତି ଧ୍ୟାନ ଦେବା ପାଇଁ ଦଳୀୟ ନେତା, କର୍ମୀ ଓ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ସଚେତନ କରାଇଥିଲେ ।

prayash

ଏଥିରେ ଜିଲ୍ଲା ଉପସଭାପତି ନୃସିଂହଚରଣ ମହାପାତ୍ର, ୧ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା, ୩ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡା, ତରଡିଙ୍ଗ ସରପଞ୍ଚ ସିଦ୍ଧାନ୍ତ ଦଳାଇ, ସମିତିସଭ୍ୟ ଲୀଳାବତି ନାଏକ, ରାଜନଗର ସରପଞ୍ଚ ରଶ୍ମିତା ପରିଡା, ସମିତିସଭ୍ୟ ସୁଚିତ୍ରା ସାମଲ, କନ୍ଦରପୁର ସରପଞ୍ଚ କଲ୍ୟାଣୀ ଖଟୁଆ, ଛାତ୍ରବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ରାଜ୍ୟ ମହିଳା ବିଜେଡି ଉପସଭାପତି ବାସନ୍ତି ରାଉଳ, ଜିଲ୍ଲା ସାଧାରଣ ସଂପାଦକ ପ୍ରଦୀପ୍ତ ଦାସ, କୃଷକ ନେତା ନିରାକାର ଲେଙ୍କା, ପରମାନନ୍ଦ ବେହେରା, ବିପିନି ବିହାରୀ ସ୍ୱାଇଁ, ମହେନ୍ଦ୍ର ପରିଡା, ଗଜେନ୍ଦ୍ର ବିଜୁ, କ୍ଷୀରୋଦ କୁମାର ସାହୁ, ବିବିନ୍ଦ୍ର ରଣା, ସରୋଜ ଦାସ, ଅଶୋକ ବିଜୁ, ସନ୍ତୋଷ ସାହୁ, ବିଶ୍ୱଜିତ ନାୟକ, ରମା ସାହୁ, ରେଣୁବାଳା ବସ୍ତି, କିରଣବାଳା ଶତପଥୀ, ଦେବରାଜ ପ୍ରଧାନ ପ୍ରମୁଖ ଉଦ୍‌‌ବୋଧନ ଦେଇ ଲୋକଙ୍କ ସହିତ ମିଶି ସେମାନଙ୍କର ସମସ୍ୟା ସଂପର୍କରେ ଅବଗତ ହେବା ଏବଂ ତାର ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ଦଳୀୟ ନେତା ଓ କର୍ମୀ ଆଗଭର ହେବା ପାଇଁ ପରାମର୍ଶ ଦେଇଥିଲେ।

kalyan agarbati

Comments are closed.