www.samajalive.in
Monday, December 15, 2025
27.1 C
Bhubaneswar

କନ୍ଧମାଳରେ ଥମୁନି ଜନନୀ ଯନ୍ତ୍ରଣା, ୬ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ଫୁଲବାଣୀ: କନ୍ଧମାଳ ଜିଲାରେ ଆଜି ପର୍ଯ୍ୟନ୍ତ ଅନେକ ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗମନା ଗମନର ସୁବିଧା ନଥିବା ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତିା ଗାଁ ଅଛି ହେଲେ ଗାଁକୁ ରାସ୍ତା ନାହିଁ। ଏଥିପାଇଁ ବିଶେଷ କରି ସ୍ୱାସ୍ଥ୍ୟସେବା ଯୋଗାଇବାରେ ନାହିଁ ନଥିବା ଅସୁବିଧା ଉପୁଜୁଥିବାର ଦେଖାଯାଇଛି। ଗାଁ କୁ ରାସ୍ତା ନ ଥିବା ଯୋଗୁଁ ବିଶେଷ କରି ଜରୁରୀକାଳୀନ ରୋଗୀ ସେବାପାଇଁ ୧୦୨ ହେଉ କିମ୍ବା ୧୦୮ ଆମ୍ବୁଲାନ୍ସ ଗାଁ ରେ ପହଞ୍ଚି ପାରୁ ନ ଥିବା ଯୋଗୁଁ ବିଶେଷ କରି ଗର୍ଭବତୀଙ୍କୁ କେତେବେଳେ ଭାରରେ ବୁହା ହେଉଛି ତ କେତେବେଳେ ଖଟିଆରେ ବୋହି ନେଉଥିବା ବେଳେ କିଏ ରାସ୍ତାରେ ପ୍ରସବ କରୁଛି। ଆଉ କିଏ ଜଙ୍ଗଲ ପାହାଡ଼ରେ ପ୍ରସବ କରୁଥିବା ଭଳି ଜନନୀ ଯନ୍ତ୍ରଣା ଘଟଣା ଦେଖିବାକୁ ମିଳୁଛି। ତେବେ ଆମ୍ବୁଲାନ୍ସ ଗ୍ରାମରେ ପହଞ୍ଚି ପାରି ନ ଥିବା ବେଳେ ଆମ୍ବୁଲାନ୍ସ କର୍ମଚାରୀମାନେ ଗ୍ରାମରୁ ୬ କିଲୋମିଟର ଦୂର ଗ୍ରାମକୁ ଚାଲିଚାଲି ଯାଇ ଜଣେ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ଆଣିଥିବା ଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ବିଲାମାଳ ପଞ୍ଚାୟତ ଗୁଣ୍ଡୁରିଖୋଲା ଗ୍ରାମରେ।

ଧଡ଼ଧିଆ ରାସ୍ତା ସହିତ ପାଣି ପଚ ପଚ ରାସ୍ତାରେ ଆମ୍ବୁଲାନ୍ସ କର୍ମଚାରୀ ଓ ଗର୍ଭବତୀଙ୍କ ପରିବାର ଲୋକେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଜଣଙ୍କୁ ବୋହି ଆଣିବା ପରେ ଆମ୍ବୁଲାନ୍ସରେ ନେଇ ତୁମୁଡ଼ିବନ୍ଧ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସୂଚନା ଅନୁସାରେ, ଗୁଣ୍ଡୁରିଖୋଲା ଗ୍ରାମର ବାଥଲିମା ମାଝୀ ନାମକ ଜଣେ ମହିଳାଙ୍କ ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ଗ୍ରାମର ଆଶାକର୍ମୀ ଆମ୍ବୁଲାନ୍ସ ସେବା ପାଇଁ ଫୋନ କରିଥିଲେ। ରାୟଗଡ଼ା ଜିଲାର ଆମ୍ବାଦଳା ଆମ୍ବୁଲନ୍ସ ନିକଟତର ହୋଇଥିବାରୁ ୧୦୮ ପକ୍ଷରୁ ଉକ୍ତ ଆମ୍ବୁଲାନ୍ସ ସହିତ ଯୋଗାଯୋଗ ପାଇଁ ପରାମର୍ଶ ଦିଆଯିବା ପରେ ରାୟଗଡ଼ା ଜିଲ୍ଲା ଅମ୍ବାଦଳାରୁ ଆମ୍ବୁଲାନ୍ସଟି ଆସିଥିଲା। ତେବେ ଗାଁକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନ ଥିବାରୁ ଗ୍ରାମଠାରୁ ୬କିଲୋମିଟର ଦୂର ସିଲିକୁଡି ଠାରେ ଆମ୍ବୁଲାନ୍ସଟି ଅଟକି ରହିଥିଲା। ତେବେ ଗର୍ଭବତୀ ମହିଳା ଜଣଙ୍କର ପ୍ରସବ ଯନ୍ତ୍ରଣା ବଢ଼ିବାରେ ଲାଗିବାରୁ ଆମ୍ବୁଲାନ୍ସରେ ଥିବା କର୍ମଚାରୀମାନେ ଆମ୍ବୁଲାନ୍ସରେ ଥିବା ଷ୍ଟ୍ରେଚରଟିକୁ ସାଥିରେ ନେଇ ବଣ, ଜଙ୍ଗଲ. ଖାଲ ଢିପ, କାଦୁଅ ଭର୍ତ୍ତି ପାଦ ଚଲା ରାସ୍ତାରେ ଯାଇ ଗୁଣ୍ଡୁରିଖୋଲା ଗ୍ରାମରେ ପହଂଚି ମହିଳା ଜଣଙ୍କୁ ୬କିଲୋମିଟର ଯାଏଁ ଷ୍ଟ୍ରେଚରରେ ବୋହି ସିଲିକୁଡି ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସରେ ମହିଳାଜଣଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଆମ୍ବୁଲାନ୍ସ କର୍ମଚାରୀ କର୍ତ୍ତବ୍ୟନିଷ୍ଠା ଦେଖାଇ ଜଣେ ମହିଳାଙ୍କୁ ସାହାଯ୍ୟ କରି ୬କିଲୋମିଟର ଯାଏଁ ବୋହି ଆଣିଥିବାରୁ ଆଶାକର୍ମୀଙ୍କ ସମେତ ଗ୍ରାମବାସୀମାନେ କୃତଜ୍ଞତା ଜଣାଇଥିଲୋ ଏହିଭଳି ଭାବରେ ଜିଲ୍ଲାର ବିଭିନ୍ନ ଅଂଚଳକୁ ଭଲ ରାସ୍ତାଟିଏ ନ ଥିବା କାରଣରୁ ଜରୁରୀକାଳୀନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories