ଭୁବନେଶ୍ୱର : ଦେଶରେ ବାଜି ସାରିଛି ନିର୍ବାଚନ ବିଗୁଲ। ସମସ୍ତ ରାଜନୈତିକ କ୍ୟାମ୍ପରେ ପାର୍ଥିଙ୍କ ଚଳଚଞ୍ଚଳ। କାହାକୁ ମିଳିବ ଟିକେଟ ଓ କାହାର କଟିବ ଟିକେଟ ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ଏଥିମଧ୍ୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥୀ ବଲ୍ଲଭ ପଟ୍ଟନାୟକ ନିର୍ବାଚନ ମଇଦାନରେ ଓହ୍ଲାଇବା ନେଇ ଚର୍ଚ୍ଚା ଜୋର ଧରିଛି। ମିଳିଥିବା ସୂଚନା ଅନୁସାରେ ପୃଥୀ ବଲ୍ଲଭ କଂଗ୍ରେସରୁ ବେଗୁନିଆ-ବୋଲଗଡ ଆସନରୁ ନିର୍ବାଚନ ଲଢିପାରନ୍ତି। ଏ ନେଇ ପୃଥୀ ବଲ୍ଲଭ ପରୋକ୍ଷରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବେଗୁନିଆ-ବୋଲଗଡ କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି। ସମସ୍ତଙ୍କ ଭଲପାଇବା ମୋ ସହିତ ଅଛି। ତେବେ, ପାର୍ଥିତ୍ୱକୁ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନି। କଂଗ୍ରେସକୁ ସୁଦୃଢ କରିବାକୁ ଚାହୁଁଛି ବୋଲି ପୃଥୀ ବଲ୍ଲଭ ପଟ୍ଟନାୟକ କହିଛନ୍ତି।
ନିର୍ବାଚନ ଲଢିପାରନ୍ତି ଜାନକୀଙ୍କ ପୁଅ ପୃଥୀ ବଲ୍ଲଭ
Popular Categories



