ଜାମ୍ମୁ-କାଶ୍ମୀରରେ ପ୍ରଥମ ହିନ୍ଦୁ ସରକାର ଗଠନ ଉଦ୍ୟମ

0

ନୂଆଦିଲ୍ଲୀ : ସର୍ବଦା ମୁସଲମାନ ସରକାର ଶାସନାଧୀନ ରହିଆସିଥିବା ଜାମ୍ମୁ-କାଶ୍ମୀରରେ ପ୍ରଥମ ହିନ୍ଦୁ ସରକାର ଗଠନ ସମ୍ଭାବନା ସୃଷ୍ଟି ହୋଇଛି। ପିଡିପିର ବିଦ୍ରୋହୀ ନେତାଙ୍କ ସମର୍ଥନରେ ଆସନ୍ତା ଏକ ମାସ ମଧ୍ୟରେ ବିଜେପି ଜଣେ ହିନ୍ଦୁ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ଶାସନ କ୍ଷମତା ଦେଇପାରେ ବୋଲି ଆଲୋଚନା ହେଉଛି। ରାଜ୍ୟର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନିର୍ମଳ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଜୁନ୍‍ ୧୧ରେ ରୁଦ୍ଧଦ୍ୱାର ଆଲୋଚନା କରିଥିଲେ। ଏହି ଆଲୋଚନା ପୂର୍ବରୁ ବିଜେପିର ଜାମ୍ମୁ-କାଶ୍ମୀରର ପ୍ରଭାରୀ ତଥା ଦଳୀୟ ସମ୍ପାଦକ ରାମ ମାଧବଙ୍କ ସହିତ ମୋଦୀ ଏକ ବିସ୍ତୃତ ବୈଠକ କରିଥିଲେ। ମୋଦୀ-ସିଂହଙ୍କ ଆଲୋଚନା ପରେ ହିନ୍ଦୁ ସରକାର ଗଠନ ଆଲୋଚନା ଜୋର ଧରିଥିଲା। କିନ୍ତୁ ଏହାକୁ କୌଣସି ନେତା ପ୍ରତ୍ୟକ୍ଷ ସ୍ୱୀକାର କରି ନ ଥିଲେ ମଧ୍ୟ ଅମରନାଥ ଯାତ୍ରା ପରେ ବଡ଼ଧରଣର ଘୋଷଣା କରାଯିବ ବୋଲି ଉଭୟ ପିଡିପିର ବିଦ୍ରୋହୀ ଶିବିର ଏବଂ ବିଜେପି ପକ୍ଷରୁ କୁହାଯାଇଥିଲା।

Leave A Reply