ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ପାକିସ୍ତାନର ଏକ ବିସ୍ଫୋରଣ ଯୋଜନାକୁ ସୁରକ୍ଷାକର୍ମୀ ପଣ୍ଡ କରିଛନ୍ତି ବୋଲି ଖବର ମିଳିଛି। ବିଏସଏଫର ଯବାନମାନେ ମଙ୍ଗଳବାର ଜମ୍ମୁ ଜିଲାରେ ଭାରତ-ପାକିସ୍ତାନ ସୀମାରେ ଡ୍ରୋନ ଦେଖିଥିଲେ। ଡ୍ରୋନ ଦେଖିବା ପରେ ସୁରକ୍ଷାକର୍ମୀ ଗୁଳିଚାଳନା କରିଥିଲେ। ଏହି ସମୟରେ ଡ୍ରୋନଟିରୁ ଭାରତ ସୀମାରେ ଆଇଇଡି ବୋମାକୁ ପକାଇ ଦେଇଥିଲେ।
ଆଇଇଡି ବୋମାକୁ ପିଲାଙ୍କ ଟିଫିନ୍ ବକ୍ସରେ ରଖି ପଠାଇଥିବା ନେଇ ଖବର ମିଳିଛି।
ସୂଚନା ଯୋଗ୍ୟ, ଅଖନୁର ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ପଠାଯାଇଥିବା ସନ୍ଦିଗ୍ଧ ଡ୍ରୋନ ଦେଖା ଯାଇଥିଲା। ପୂର୍ବରୁ ସତର୍କ ଥିବା ଯବାନମାନେ ଏହା ଉପରେ ଗୁଳିଚାଳନା କରିଥିଲେ। ସନ୍ଦିଗ୍ଧ ଡ୍ରୋନରୁ ସୁରକ୍ଷାକର୍ମୀମାନେ ଲଟକି ରହିଥିବା ଜିନିଷକୁ ତଳେ ପକାଇ ଦେଇଥିଲେ। ଯାଞ୍ଚ କରିବା ପରେ ତାହା ଆଇଇଡି ବୋମା ଥିଲା ବୋଲି ଜଣାପଡିଥିଲା। ସୁରକ୍ଷାକର୍ମୀ ଏହାକୁ ତୁରନ୍ତ ନିଷ୍କ୍ରିୟ କରିଥିଲେ। ଏହି ବୋମାରେ ଟାଇମ୍ ଫିକ୍ସ (ସମୟ ନିର୍ଦ୍ଧାରଣ) କରାଯାଇଥିଲା।
ସୀମା ସୁରକ୍ଷାକର୍ମୀଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,ଭାରତ-ପାକିସ୍ତାନ ସୀମାରେ ପ୍ରତ୍ୟେକ ସ୍ଥାନରେ ଡ୍ରୋନର ଭୟ ରହିଛି। ମାତ୍ର ସୀମାରେ ସମସ୍ତ ପ୍ରକାର ମନ୍ଦ ଉଦ୍ଦେଶ୍ୟକୁ ଏଡାଇବା ସହ ସୁରକ୍ଷାକର୍ମୀ ସତର୍କ ରହୁଛନ୍ତି।
ଜମ୍ମୁ-କାଶ୍ମୀର ; ଡ୍ରୋନ ଉପରେ ଗୁଳିଚାଳନା ,ପିଲାଙ୍କ ଟିଫିନ୍ ବକ୍ସରୁ ଆଇଇଡି ଜବତ
Popular Categories



